୩୦ ଟଙ୍କାର କୋଲ୍ଡ ଡ୍ରିଙ୍କ ପାଇଁ ଭାଙ୍ଗିଗଲା ୭ ବର୍ଷର ସମ୍ପର୍କ : ପ୍ରେମିକ କହିଲା ଅଯଥା ଖର୍ଚ୍ଚ କରୁଥିବା ଝିଅ ଦରକାର ନାହିଁ

Published By : Prameya-News7 Bureau | April 03, 2019 IST

ସ୍ୱାମୀ ସ୍ତ୍ରୀ ମଧ୍ୟରେ ବା ପ୍ରେମୀଯୁଗଳଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ବା ଛୋଟ ମୋଟା କଳି ହୋଇଥାଏ | କିନ୍ତୁ କିଛି ସମୟ ପରେ ସେହି ଝଗଡାର ସମାଧାନ ମଧ୍ୟ ହୋଇଯାଇଥାଏ | ଅଧିକାଂଶ ସମୟରେ ଛୋଟ ଛୋଟ କଥାକୁ ନେଇ ସ୍ୱାମୀ ସ୍ତ୍ରୀ ବା ପ୍ରେମୀଯୁଗଳଙ୍କ ମଧ୍ୟରେ ଝଗଡା ହୋଇଥାଏ | ବେଳେବେଳେ ଏହି ଝଗଡା ବଡ ଧରଣର ମଧ୍ୟ ହୋଇଥାଏ | ଆହୁରି ବେଳେବେଳେ ଅଜବ କାରଣ ପାଇଁ ଝଗଡା ହୋଇଥାଏ | ଏମିତି ଏକ ଝଗଡା ଏକ ପ୍ରେମୀଯୁଗଳଙ୍କ ମଧ୍ୟରେ ହୋଇଥିଲା | ପ୍ରେମିକା ୩୦ ଟଙ୍କାର କୋଲ୍ଡ ଡ୍ରିଙ୍କ କିଣି ପିଇଦେଇଥିବା ଯୋଗୁଁ ପ୍ରେମିକ ଝଗଡା କରିଥିଲା |


ଘଟଣା ଚୀନର | ଏଠାରେ ଏକ ଦମ୍ପତ୍ତି ବୁଲିବା ପାଇଁ ଯାଇଥିଲେ | ଦ୍ୱିପ୍ରହର ଯାକ ପ୍ରେମିକା ପାଣି ମୁନ୍ଦେ ହେଲେ ପିଇନଥିଲେ | କିନ୍ତୁ ଘରକୁ ଫେରିବା ପୂର୍ବରୁ ତାଙ୍କୁ ଏତେ ଶୋଷ ହେଲା ଯେ ସେ ଆଉ ରହିପାରିଲେ ନାହିଁ | ଘରକୁ ଫେରିବା ପୂର୍ବରୁ ସେ ଏକ କୋଲ୍ଡ ଡ୍ରିଙ୍କ କିଣି ପିଇଦେଇଥିଲେ | ଯୁବକ ଜଣକ ଏଥିରେ ରାଗି ଯାଇଥିଲେ | ଯୁବକ ଜଣକ ଏତେ ରାଗିଗଲେ ଯେ, ସେ କହିଲେ ପ୍ରେମିକା ଜଣକ ତାଙ୍କ ସ୍ତ୍ରୀ ହେବା ପାଇଁ ଯୋଗ୍ୟ ନୁହନ୍ତି |


ରିପୋର୍ଟ ଅନୁଯାୟୀ, କୋଲ୍ଡ ଡ୍ରିଙ୍କର ମୂଲ୍ୟ ମାତ୍ର ୩୦ ଟଙ୍କା ଥିଲା | ସେଥିପାଇଁ ଯୁବତୀ କିଣି ପିଇଦେଇଥିଲେ | ତେବେ ପ୍ରେମିକ କହିଥିଲେ ଯେ, ଘର ଆଉ ମାତ୍ର ଅଳ୍ପ ବାଟ | ସେ ଆଉ କିଛି ସମୟରେ ଘରେ ପହଂଚି ଯାଇଥାନ୍ତେ | ପ୍ରେମିକା ଅଯଥାରେ କୋଲ୍ଡ ଡ୍ରିଙ୍କ କିଣିଲେ ବୋଲି ସେ ରାଗି ଯାଇଥିଲେ | କୋଲ୍ଡ ଡ୍ରିଙ୍କ ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ କ୍ଷତିକାରକ | ତଥାପି ସେ କୋଲ୍ଡ ଡ୍ରିଙ୍କ ପିଇଥିଲେ | ସେ ଘରକୁ ଯାଇ ପାଣି ମଧ୍ୟ ପୀଇପାରିଥାନ୍ତେ ବୋଲି କହିଥିଲେ ଯୁବକ | ବସ ଏତିକି କଥାରେ ଆରମ୍ଭ ହୋଇଥିଲା ଝଗଡା | ଯୁବକ ଜଣକ ନିଜ ପ୍ରେମିକାଙ୍କ ତୁଳନା ସାଙ୍ଗମାନଙ୍କ ପ୍ରେମିକାଙ୍କ ସହ କରିଥିଲେ | ସେ କହିଥିଲେ ଯେ, ତାଙ୍କ ସାଙ୍ଗମାନଙ୍କ ପ୍ରେମିକା ବାହାରକୁ ଗଲେ ଭ୍ୟାନିଟି ବ୍ୟାଗରେ ପାଣି ବୋତଲ ନେଇକି ଯାଆନ୍ତି | ସେମାନେ ବୟସରେ ତାଙ୍କ ଠାରୁ ସାନ ହେଲେ ମଧ୍ୟ ତାଙ୍କ ଠାରୁ ବୁଦ୍ଧିମାନ ବୋଲି କହିଥିଲେ ଯୁବକ |


ଏହି ପ୍ରେମୀଯୁଗଳ ଗତ ୭ ବର୍ଷ ହେଲା ପରସ୍ପର ସହ ସମ୍ପର୍କରେ ଅଛନ୍ତି | କିନ୍ତୁ ଏହି ଛୋଟ ଭୁଲ ପାଇଁ ଯୁବକ ନିଜ ପ୍ରେମିକା ସହ ସମ୍ପର୍କ ଛିନ୍ନ କରିଦେଇଥିଲେ | ସେ କହିଥିଲେ ଯେ,ସେ ଏମିତି ଏକ ଝିଅ ଚାହୁଁଛନ୍ତି ଯିଏ ଅଯଥା ଖର୍ଚ୍ଚ କରୁନଥିବ ଏବଂ ବୁଦ୍ଧିମାନ ହୋଇଥିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.