ଭାଇକୁ ରକ୍ଷା କରିବାକୁ ବାଘ ସହ ଲଢ଼ିଲେ ୧୪ ବର୍ଷର ବାଳକ : ସ୍ଥାନୀୟ ପୋଲିସ ଦ୍ୱାରା ସମ୍ମାନିତ

Published By : Prameya-News7 Bureau | June 21, 2019 IST

ଥାନେ ୨୧/୬ : ମହାରାଷ୍ଟ୍ର ଥାନେ ଅନ୍ତର୍ଗତ କର୍ପତୱାଡି ଗାଁରେ ଘଟିଛି ଏକ ଅଜବ ଘଟଣା ଯାହା ଶୁଣିଲେ ଆପଣଙ୍କ ମଧ୍ୟ ଲୋମ ଟାଙ୍କୁରୀ ଉଠିବ । ୧୪ ବର୍ଷର ନରେଶ ଏବଂ ୭ବର୍ଷ ହର୍ଷଦ ନିଜ ଆଇଙ୍କ ସହ ତାଙ୍କ ଫାର୍ମରେ ଖେଳୁଥିଲେ । ଫାର୍ମଟି ମୁରବାଦ ଅଭୟାରଣ୍ୟ ନିକଟରେ ଥିଲା । ପିଲାଙ୍କ ଆଇ ନିଜ କାମରେ ବ୍ୟସ୍ତ ଥିବାବେଳେ ଦୁଇ ଭାଇ କୋଳି ଖୋଜିବାକୁ ବାହାରିଗଲେ । ଏତିକିବେଳେ ଏକ ଚିତାବାଘ ଏକ ବୁଦା ପଛପଟରେ ଲୁଚି ରହିଥିଲା । ବାଘ ୨ ଭାଇଙ୍କୁ ନିରୀକ୍ଷଣ କରୁଥିଲା । ବାଘଟି ହଠାତ ୭ ବର୍ଷର ହର୍ଷଦ ଉପରକୁ ଝାମ୍ପି ପଡିଥିଲା ।

{"id":125443}

ଏହା ଦେଖି ନରେଶ ଗୋଟିଏ ମୁହୂର୍ତ୍ତ ବିଳମ୍ବ ନକରି ବାଘ ଉପରକୁ ପଥର ମାଡ କରିଥିଲା ଏବଂ ସେହି ଜାଗାରେ ଛିଡା ରହିଲା । ନିଜ ପାଖରେ ଯାହା ପାଇଲା ନରେଶ ବାଘ ଉପରକୁ ଫୋପାଡ଼ିଲା । ନରେଶ ନିଜ ଆଇଙ୍କୁ ମଧ୍ୟ ଡାକ ପକାଇଥିଲା । ନରେଶର ପାଟି ଶୁଣି ଆଇ ନିଜ କାମ ଛାଡି ଦୌଡ଼ି ଆସିଥିଲେ । ଉଭୟଙ୍କୁ ଦେଖି ବାଘଟି ହର୍ଷଦକୁ ଛାଡି ଜଙ୍ଗଲ ଭିତରକୁ ଚାଲିଯାଇଥିଲା ।

{"id":125444}

ଘଟଣାର ପରଦିନ ସେହି ଚିତା ଘଟଣାସ୍ଥଳରୁ ୩୦୦ ମିଟର ଦୂରରେ ମୃତ ଅବସ୍ଥାରେ ଠାବ ହୋଇଥିଲା । ତେବେ ବାଘଟି ବୃଦ୍ଧାବସ୍ଥା ଯୋଗୁଁ ପ୍ରାଣ ହରାଇଥିବା ବନ ବିଭାଗ କର୍ମଚାରୀ କହିଛନ୍ତି । ନରେଶର ସାହାସିକତା ପାଇଁ ସେଠାକାର ପୋଲିସ ତାଙ୍କୁ ସମ୍ମାନିତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.