ପରୀକ୍ଷା ସମୟରେ ପ୍ରେମିକା ବାରମ୍ବାର ଫୋନ କରୁଥିବାରୁ ଫେଲ ହୋଇଗଲେ ଯୁବକ : ରାଗିଯାଇ ବର୍ଷକର ଫିସ ମାଗିଲେ ଆଉ ତା'ପରେ…

Published By : Prameya-News7 Bureau | May 14, 2019 IST

ଓୌରଙ୍ଗାବାଦ ୧୪|୫ : ମହାରାଷ୍ଟ୍ର ଓୌରଙ୍ଗାବାଦରେ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ଘଟିଛି । କିଛି ଦିନ ପୁର୍ବରୁ ୟୁପିଏସସି ପରୀକ୍ଷା ଫଳ ବାହାରିଥିଲା । ପରୀକ୍ଷାରେ ଟପ୍ପର କରିଥିବା ଯୁବକ ନିଜ ସଫଳତାର ଶ୍ରେୟ ନିଜ ପ୍ରେମିକାଙ୍କୁ ଦେଇଥିଲେ । କିନ୍ତୁ ଓୌରଙ୍ଗାବାଦରେ ଘଟିଛି ଏହାର ଓଲଟା ଘଟଣା । ପ୍ରେମିକାଙ୍କ ଚକ୍କରରେ ଜଣେ ଯୁବକ ପରୀକ୍ଷାରେ ଫେଲ ହୋଇଯାଇଛନ୍ତି । ଫଳରେ ଯୁବକ ରାଗିଯାଇ ପ୍ରେମିକାଙ୍କୁ ବର୍ଷକର ଫିସ ମାଗିଥିଲେ । ଯୁବକ ଜଣକ ନିଜ ପ୍ରେମିକାଙ୍କୁ ଏତେ ହଇରାଣ କରିଥିଲେ ଯେ ଶେଷରେ ଯୁବତୀ ଅତିଷ୍ଟ ହୋଇ ପ୍ରେମିକ ବିରୋଧରେ ଥାନାରେ ଏତଲା ଦେଇଥିଲେ । ଯୁବତୀଙ୍କ ଅଭିଯୋଗ ଆଧାରରେ ଯୁବକଙ୍କୁ ପୋଲିସ ଗିରଫ କରିଛି । ୨୧ ବର୍ଷ ବୟସ୍କ ଯୁବକ ହୋମିଓପାଥି ମେଡିସିନ ଓ ସର୍ଜରୀର ପ୍ରଥମ ବର୍ଷ ଛାତ୍ର ।  

{"id":111885}

ଛାତ୍ର ଜଣକ ପ୍ରଥମ ବର୍ଷ ପରୀକ୍ଷାରେ ଫେଲ ହୋଇଯାଇଥିଲେ । ଯେଉଁଥିପାଇଁ ସେ ଦ୍ୱିତୀୟ ବର୍ଷକୁ ଉତୀର୍ଣ ହୋଇପାରିନଥିଲେ । ପରୀକ୍ଷା ଖରାପ ହୋଇଥିବା ପାଇଁ ସେ ନିଜ ପ୍ରେମିକାଙ୍କୁ ଦୋଷ ଦେଇଥିଲେ । ଯୁବତୀ ମଧ୍ୟ ତାଙ୍କ ସହ ପଢୁଥିଲେ । ଏହାପରେ ଯୁବତୀ ଯୁବକଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଲେ । କିନ୍ତୁ ଯୁବକ ତାଙ୍କୁ ବାରମ୍ବାର ଫୋନ କଲେଜ ଫିସ ମାଗୁଥିଲେ । ଯୁବକ ଶେଷରେ ତାଙ୍କୁ ଧମକ ଦେଇ ଫେସବୁକରେ ଯୁବତୀଙ୍କ ଫଟୋ ପୋଷ୍ଟ କରୁଥିଲେ । ଯୁବତୀ ଡରିଯାଇ ଶେଷରେ ପୋଲିସରେ ଅଭିଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.