ପ୍ରେମିକା ଘର ଆଗରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ପ୍ରେମିକ, ସୁଇସାଇଡ୍ ନୋଟ୍ରେ ଲେଖା ଥିଲା ଏମିତି
8/01/2021 at 6:11 PM

କାନୁପର ୦୮/୦୧: ଟଙ୍କା ନେଲେ ବାହା କରାଇଦେବେ ବି କହିଥିଲେ କିନ୍ତୁ ବାହା କଲେନି। ଘର ଚଳାଇବା ପାଇଁ ମୋ ପାଖରୁ ପ୍ରତି ମାସ ଟଙ୍କା ବି ନେଉଥିଲେ। କିନ୍ତୁ ବାହା ଘର କଥା ଆସିବାରୁ ପ୍ରେମିକା ବି ମୁହଁ ଫେରାଇନେଲା। ତେଣୁ ମୁଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲି ବୋଲି ସୁଇସାଇଡ୍ ନୋଟ୍ରେ ଲେଖିଥିଲେ ପ୍ରେମିକ। ପ୍ରେମିକା ଘର ଆଗରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ। ଏଭଳି ଏକ ଘଟଣା କାନପୁରର ବିଧୁନ ଅନ୍ତର୍ଗତ ଦ୍ବିବେଦୀ ନଗରରରେ ଘଟିଛି। ଏହି ମାମଲାରେ ପୋଲିସ ପ୍ରେମିକାର ଭାଇକୁ ଅଟକ ରଖି ପଚରା ଉଚରା କରୁଛି।
ମିଳିଥିବା ସୂଚନା ଅନୁସାରେ ଦ୍ବିବେଦୀ ନଗରରେ ସର୍ବଜୀତ ଯାଦବଙ୍କ ଘରେ ୨୧ ବର୍ଷୀୟ ଯୁବକ ଦିପୁ ଭଡ଼ାରେ ରହୁଥିଲା।ଚାଉଳ ବିକ୍ରି କରି ନିଜେ ଚଳିବା ସହ କିଛି ଟଙ୍କା ଘରକୁ ବି ପଠାଉଥିଲା। ପଡ଼ୋଶୀ ଘରେ ଥିବା ଜଣେ ସମ୍ପର୍କୀୟଙ୍କ ଝିଅକୁ ପ୍ରେମ କରୁଥିଲା ଦିପୁ। କିନ୍ତୁ ପ୍ରେମିକାଙ୍କ ଘର ଆଗରେ ଥିବା ଏକ ନିମ ଗଛରେ ଦିପୁଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଏନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା। ପୋଲିସ ମୃତ ଦେହ ଉଦ୍ଧାର କରିବା ସହ ଦିପୁର ପକେଟରେ ଥିବା ଏକ ସୁଇସାଇଡ୍ ନୋଟ୍ ପାଇଥିଲା।
ସୁଇସାଇଡ୍ ନୋଟ୍ରେ ଲେଖାଥିଲା, ‘ପ୍ରେମିକାର ଘର ଲୋକ ଟଙ୍କା ନେଇଗଲେ ଓ ଗୁରୁବାର ଦିନ ବାହା ଘର କରିବାକୁ କହି ମନା କରିଦେଲେ। ଏହାକୁ ନେଇ ଯେତେବେଳେ ସନ୍ଧ୍ୟାରେ ପ୍ରେମିକାକୁ ପଚାରିଲି ସେ ବି ମୁଁ ଫେରାଇନେଲା। ତେଣୁ ମୁଁ ଆତ୍ମହତ୍ୟା କରିବାକୁ ଯାଉଛି। ଚାଉଳ ବିକ୍ରି କରି ଯାହା ରୋଜଗାର ହେଉଥିଲା ସେଥିରେ ପ୍ରେମିକାର ପରିବାର ବି ଚଳୁଥିଲା।’
ତେବେ ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ପୋଲିସ। ମୃତ ଯୁବକଙ୍କ ବାପାଙ୍କ ମୃତ୍ୟ କ୍ୟାନସରରେ ହୋଇସାରିଛି। ଘରେ କେବଳ ମା’ ଓ ବଡ଼ ଭାଇ ରହିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଯାଞ୍ଚ ଚାଲିଛି। ଏବେ ପ୍ରେମିକାର ଭାଇକୁ ଅଟକ ରଖି ପଚରା ଉଚରା ଚାଲିଥିବା ପୋଲିସ କହିଛି।