ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ ; ଡଙ୍ଗା ଭସାଇବାକୁ ଯାଇ ନଦୀରେ ବୁଡି ବାଳକର ମୃତ୍ୟୁ

Published By : Prameya-News7 Bureau | November 23, 2018 IST

ଆନନ୍ଦପୁର ୨୩|୧୧:   ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ । ଡଙ୍ଗା ଭସାଇବାକୁ ଯାଇ ନଦୀରେ ବୁଡିଯାଇ ଜଣେ ବାଳକର ମୃତ୍ୟୁ ହୋଇଛି । ମୃତକ ନୂଆଗଡ ଗାଁର ଚିତରଂଜନ ରାଉତଙ୍କ ପୁଅ ସୁଭମ ରାଉତ । ସୁଭମ ଆଜି ନିଜ ସାଙ୍ଗମାନଙ୍କ ସହ ଗାଁ ନିକଟରେ ଥିବା କୂଶେଇ ନଦୀକୁ ଡଙ୍ଗା ଭସାଇବାକୁ ଯାଇଥିଲେ । କୌଣସି କାରଣ ବଶତଃ ସେ ନଦୀରେ ଗୋଡ ଖସିଯାଇଥିଲା । ଫଳରେ ସେ ବୁଡିଯାଇଥିଲେ । ଏହା ଦେଖି ଗ୍ରାମବାସୀମାନେ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଦମକଳ ବିଭାଗ କର୍ମଚାରୀମାନେ ପହଞ୍ଚି ତାଙ୍କୁ ନଦୀରୁ ଉଦ୍ଧାର କରି ଡାକ୍ତରଖାନାରେ ନେଇଯାଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘେଷଣା କରିଛନ୍ତି । ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.