Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

7/10/2019 at 1:59 AM


ପାରଳାଖେମୁଣ୍ଡି-  ଗଜପତି ଜିଲ୍ଲା ମୋହନା ଥାନା ପେଣ୍ଡ୍ରାଖାଲ ଗାଁ ନିକଟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ଜଣେ ନାବାଳକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନାବାଳକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ନାବାଳକ ଜଣକ ହେଲେ , ଆର.ଉଦୟଗିରି ଥାନା ତରବଙ୍ଗ ଗାଁର ସୀମାଞ୍ଚଳ ନାୟକ ଓ ଆହତ ଜଣକ ହେଲେ ବିସିକେସନ ଜାନୀ । ଆର.ଉଦୟଗିରି ତରବଙ୍ଗ ଗାଁରୁ ଦୂହେଁ ପେଣ୍ଡ୍ରାଖାଲ ଗାଁ ସ୍ଥିତ ମାମୁ ରମାକାନ୍ତ ଦଳାଇଙ୍କ ଘରକୁ କୁଣୀଆ ଆସିଥିଲେ । ତେଵେ ସନ୍ଧ୍ୟା ସମୟରେ ଗାଁ ନିକଟରେ ପିଲାଙ୍କ ସହ ଖେଳୁଥିବା ବେଲେ ରାସ୍ତା ପାଶ୍ୱରେ ରାସ୍ତା କାମ ପାଇଁ ରଖାଯାଇଥିବା ମାଟି ଗଦା ଉପରେ ଚଡ଼ି ଯାଇ ଓହଳି ଥିବା ୧୧କେଭି ତାରକୁ ଛୁଇଁ ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ସୀମାଞ୍ଚଳର ମୃତ୍ୟୁ ଘଟିଥିବା ବେଳେ ବିସିକେସନ ଆହତ ହୋଇଥିଲା।  ପରିବାର ଲୋକ ଅହତକୁ ମୋହନା ମେଡିକାଲରେ ଭର୍ତି କରିଥିବା ବେଳେ ପୋଲିସ ଖବର ପାଇ ଗାଁ କୁ ଯାଇ ମୃତ ଶବକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

   Related Posts