ପ୍ରେମିକା ଘର ଆଗରେ ବିଷ ପିଇ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | May 21, 2019 IST

ସୋର ୨୧|୫: ପ୍ରେମର ହେଲା ବିଜୟ । ପ୍ରେମିକା ଘର ଆଗରେ ବିଷ ପିଇ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ କରିବା ପରେ ପ୍ରେମିକାର ପରିବାର ଶେଷରେ ବିବାହ ପାଇଁ ରାଜି ହୋଇଥିଲେ । ଫଳରେ ଗତକାଲି ରାତିରେ ଉଭୟଙ୍କର ନିରାଡମ୍ବର ଭାବେ ବିବାହ ସମ୍ପନ୍ନ ହୋଇଛି ।

{"id":114265}

ସୂଚନାଯୋଗ୍ୟ ଯେ,  ପ୍ରେମିକା ଘର ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା ପ୍ରେମିକ । ଗୁରୁତର ଅବସ୍ଥାରେ ପ୍ରେମିକକୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ପ୍ରେମିକାର  ବାପା ଘଟଣାକୁ ନେଇ ସୋର ଥାନାରେ ଅଭିଯୋଗ କରିଥିଲେ । ଦୀର୍ଘ ବର୍ଷ ଧରି ଭଦ୍ରକ ଜିଲ୍ଲା ବାସୁଦେବପୁର କୃଷ୍ଣପୁର ସର୍ବଶ୍ବେର ବହେରାଙ୍କ ପୁଅ ଇଞ୍ଜିନିୟରିଂ ଛାତ୍ର ପ୍ରିତିକ ବେହେରା ସୋର ମଧୁସୂଦନପୁର ପଞ୍ଚାୟତର ଜଣେ ଯୁକ୍ତ ୩ ବିଜ୍ଞାନ ଛାତ୍ରୀଙ୍କୁ ପ୍ରେମ କରୁଥିଲେ । ଉଭୟ ପ୍ରେମିକା ପ୍ରେମିକ ବିବାହ କରିବାକୁ ରାଜିଥିଲେ । ସୋମବାର ଭୋରୁ ପ୍ରିତିକ ପ୍ରେମିକାଙ୍କ ଘରେ ପହଞ୍ଚି ବିବାହ କରିବାକୁ ଜିଦ୍ କରିଥିଲେ । ମାତ୍ର ପ୍ରେମିକାଙ୍କ ଘରେ ରାଜି ନହେବାରୁ ଶେଷରେ ନିରାଶ ହୋଇ ସାଙ୍ଗରେ ଆଣିଥିବା ବିଷକୁ ପିଇ ଦେଇଥିଲେ ।  ଫଳରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ । ପ୍ରେମିକାର ବାପା ସୋର ଥାନାରେ ଅଭିଯୋଗ କରିଥିଲେ । ପରେ ଉଭୟ ପରିବାର ମେଡିକାଲରେ ପହଞ୍ଚି ଘଟଣାର ସମାଧାନ କରିଥିଲେ । ଏହି ଘଟଣା ପରେ ଝିଅର ବାପା ବାହାଘର ପାଇଁ ସହମତି ହୋଇଥିଲେ । ପୁଅ ମେଡିକାଲରୁ ସୁସ୍ଥ ହୋଇ ଫେରିବା ପରେ ଗତରାତିରେ ଉଭୟଙ୍କୁ ସୋର କରମପୁର କୁଶଲେଶ୍ବର ମନ୍ଦିରରେ ବିବାହ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.