‘ଟଙ୍କା ଦିଅ ନହେଲେ ପୋଷ୍ଟ କରିଦେବି ନଗ୍ନ ଫଟୋ’: ୧୦୦ ଯୁବତୀଙ୍କୁ ବ୍ଳାକମେଲ୍‌ କରି ଯୁବକ ଗିରଫ

Published By : Prameya-News7 Bureau | December 30, 2020 IST

ନୂଆଦିଲ୍ଲୀ ୩୦/୧୨: ଟଙ୍କା ନଦେଲେ ସୋସିଆଲ୍‌ ମିଡିଆରେ ମିଳୁଥିଲା ଅଶ୍ଳୀଳ ଫଟୋ ପୋଷ୍ଟ କରିବାର ଧମକ। ସୋସିଆଲ ମିଡିଆରେ ପାଖାପାଖି ୧୦୦ ଯୁବତୀଙ୍କୁ ଏଭଳି ଧମକପୂର୍ଣ୍ଣ ମେସେଜ୍‌ କରି ପୋଲିସ ହାତରେ ଧରାପଡ଼ିଲା ଯୁବକ। ଅଭିଯୁକ୍ତର ନାଁ ସୁମିତ ଝା। ସୁମିତର ଘର ନୋଏଡା ବୋଲି ଜଣାପଡ଼ିଛି। ମହିଳାଙ୍କୁ ସୋସିଆଲ ମିଡିଆରେ ଟଙ୍କା ପାଇଁ ଧମକ ଦେଇ ୨୦୧୮ରେ ଛତିଶଗଡ଼ ଓ ନୋଏଡା ପୋଲିସ ହାତରେ ବି ଧରାପଡ଼ିଥିଲା।

ମିଳିଥିବା ସୂଚନା ଅନୁସାରେ ସୁମିତ ପ୍ରଥମେ ଯୁବତୀମାନଙ୍କ ଫଟୋ ସଂଗ୍ରହ କରି ସେଗୁଡ଼ିକୁ ନଗ୍ନ ଭାବେ ସଜାଉଥିଲା। ପରେ ନକଲି ଆଇଡି ଖୋଲି ଯୁବତୀମାନଙ୍କୁ ଟଙ୍କା ମାଗୁଥିଲା। ଏହା ସହ ଟଙ୍କା ନଦେଲେ ସେମାନଙ୍କ ନଗ୍ନ ଫଟୋ ପୋଷ୍ଟ କରିଦେବା ବୋଲି ମଧ୍ୟ ଧମକ ଦେଉଥିଲା ସୁମିତ।

ତେବେ ସୁମିତର କଳା କାରନାମା ବେଶି ଦିନ ଚାଲିପାରିନଥିଲା। ଜଣେ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କୁ ନିଜ ଜାଲରେ ପକାଇବାକୁ ଯାଇ ପୋଲିସ୍‌ ପଞ୍ଝାରେ ପଡ଼ିଲା ସୁମିତ। ମହିଳା ବ୍ୟାଙ୍କ ମ୍ୟାନେଜରଙ୍କୁ ସମାନ ଢ଼ଙ୍ଗରେ ଧମକ ଦେଇଥିଲା ସୁମିତ । କିନ୍ତୁ ମହିଳା ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଥିଲେ।

ମହିଳାଙ୍କ ଅଭିଯୋଗ ପାଇବା ପରେ ପୋଲିସ ଛାନଭିନ୍‌ ଆରମ୍ଭ କରିଥିଲା। ସୁମିତ କିନ୍ତୁ ଦୁଇ ପାଦ ଆଗରେ ଥିଲା। ସେ ସମସ୍ତ ମହିଳାଙ୍କୁ ହ୍ବାଟ୍ସଆପ୍‌ ଓ ଅନ୍ୟ ଆପ୍‌ରେ କଲ୍‌ କରୁଥିଲା। ତେଣୁ ତାର ଲୋକେସନ୍‌ ଟ୍ରାକ୍‌ କରିବା ମୁସକିଲ ହେଉଥିଲା। କିନ୍ତୁ ପୋଲିସ୍‌ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ଶେଷରେ ମଙ୍ଗଳବାର ଦିନ ସୁମିତକୁ କାବୁ କରିଛି। ଏନେଇ ଦକ୍ଷିଣ ଦିଲ୍ଲୀ ଡିସିପି ଅତୁଲ ଠାକୁର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.