ସାବାସ୍ ଫ୍ରେଙ୍କ୍ : ଜଟିଳ ମେରୁଦଣ୍ଡ ରୋଗରେ ଆକ୍ରାନ୍ତ ଥାଇ ମଧ୍ୟ କରୋନା ବିରୋଧରେ ଲଢ଼ିବା ପାଇଁ ଦେଶକୁ ଦାନ କଲେ ୫୬ଲକ୍ଷ ଟଙ୍କା
22/04/2020 at 5:46 PM

ସ୍ପାଇନା ବାୟଫିଡ଼ା ଆକ୍ରାନ୍ତ ୬ବର୍ଷ ବୟସ୍କ ଫ୍ରେଙ୍କ୍ ମିଲ୍ସ ଲୋକଙ୍କ ସାହାଯ୍ୟ ପାଇଁ ୫୬ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି। ଫ୍ରେଙ୍କ ବିଶ୍ବ ଯୁଦ୍ଧର ହୀରୋ କ୍ୟାପଟେନ୍ ଟମ୍ ମୁରେଙ୍କଠୁ ପ୍ରେରିତ ହେବା ପରେ ଏହି ଅଭିଯାନ ଆରମ୍ଭ କରିଥିଲେ। ନିକଟରେ ବ୍ରିଟେନର ୯୯ବର୍ଷର ପୂର୍ବତନ ସୈନିକ କ୍ୟାପଟେନ୍ ଟମ୍ ପ୍ରତିଦିନ ୧୦୦ପାଦ ଚାଲି ୧୫୩କୋଟି ଟଙ୍କା ସଂଗ୍ରହ କରିଥିଲେ।

କ୍ୟାପଟେନ୍ ଟମଙ୍କ ବୟସ ୯୯ବର୍ଷ ହୋଇଥିବାରୁ ଫ୍ରେଙ୍କ୍ ନିଜର ପ୍ରାରମ୍ଭିକ ଲକ୍ଷ୍ୟ ୯୯ପାଉଣ୍ଡ ସଂଗ୍ରହ କରିବା ଧାର୍ଯ୍ୟ କରିଥିଲା। ଫ୍ରେଙ୍କ୍ ନିଜ ଘର ସାମନାରେ ହିଁ ଓ୍ବାକର ସାହାଯ୍ୟରେ ପ୍ରତିଦିନ ୧୦ମିଟର ଚାଲୁଥିଲେ ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ସମର୍ଥନ କରି ଏହି ଧନରାଶି ଏକାଠି କରିଥିଲେ। ଏହି ଟଙ୍କା ନ୍ୟାସନାଲ୍ ହେଲ୍ଥ ସର୍ଭିସ୍ ଫଣ୍ଡରେ ଜମା ହେବ। ଫ୍ରେଙ୍କଙ୍କ କାହାଣୀ ଫେସବୁକରେ ଚର୍ଚ୍ଚାର ବିଷୟ ହୋଇଥିଲା। ଫେସବୁକ୍ ୟୁଜର୍ସ ଫ୍ରେଙ୍କଙ୍କ ଫଟୋ ଏବଂ ଅଭିଯାନର ସୂଚନା ନିଜ ପୋଷ୍ଟରେ ସେୟାର କରିବାରୁ ଏହା ଭାଇରାଲ୍ ହୋଇଥିଲା।
ବ୍ରିଟେନର ଫ୍ରେଙ୍କ୍ ସ୍ପାଇନା ବାୟଫିଡ଼ାରେ ଆକ୍ରାନ୍ତ। ଏହା ଗର୍ଭାବସ୍ଥା ସମୟରେ ଭ୍ରୃଣରେ ହେଉଥିବା ଡିଫେକ୍ଟ। ଗର୍ଭାବସ୍ଥା ସମୟରେ ଫୋଲିକ୍ ଏସିଡ ନ ନେଲେ ଏପରି ଘଟଣା ସାମନାକୁ ଆସିଥାଏ। ଏହାର ଫଳସ୍ବରୂପ ଶିଶୁର ମେରୁଦଣ୍ଡ ହାଡ଼ ପୂରାପୂରି ବିକଶିତ ହୋଇପାରେ ନାହିଁ ।