ଆଜି ମେଲବୋର୍ଣ୍ଣ ଟେଷ୍ଟ୍‌ ବକ୍ସିଂ ଡେ’ର ଦ୍ବିତୀୟ ଦିନ

Published By : Prameya-News7 Bureau | December 27, 2018 IST

ମେଲବୋର୍ଣ୍ଣ ୨୭|୧୨: ଆଜି ମେଲବୋର୍ଣ୍ଣ ଟେଷ୍ଟ୍ ର ବକ୍ସିଂ ଡେ’ର ଦ୍ବିତୀୟ ଦିନ । ଗତକାଲି ଭାରତ ସପକ୍ଷରେ ଯାଇଛି ମ୍ୟାଚ୍ । ଟସ୍ ଜିତି ମୟଙ୍କ ଅଗ୍ରୱାଲ ଅର୍ଦ୍ଧଶତକ ଜମାଇବା ପରେ ଚେତେଶ୍ବର ପୂଜାରା-ବିରାଟ କୋହଲିଙ୍କ ଶତକ ଭାରତକୁ ପ୍ରଥମ ଦିନର ସମ୍ମାନ ଏବଂ ଦୃଢ଼ ମୂଳଦୁଆ ପ୍ରଦାନ କରିଛି । ପ୍ରଥମ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାରତ ୨ ୱିକେଟ୍ ହରାଇ ୨୧୫ ରନ୍ ସଂଗ୍ରହ କରିଛି । ପ୍ୟାଟ କମିନ୍ସଙ୍କ ୨ ୱିକେଟ୍ ସଫଳତା ବାଦ୍ ଅନ୍ୟମାନଙ୍କୁ ୱିକେଟ୍ ଶୂନ୍ୟ ରହିବାକୁ ପଡ଼ିଛି ବକ୍ସିଂ ଡେ’ରେ । ପ୍ରଥମ ଘଣ୍ଟାରେ ବଲ୍ କ୍ବଚିତ୍ ଟିମ୍ ପେନ୍ ଙ୍କ ଗ୍ଲୋଭକୁ ଯିବା ଏବଂ ସ୍ଲିପ୍ କର୍ଡନ ପହଞ୍ଚିବା ନଜରକୁ ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.