ବକ୍ସିଂ ଡେ’ ଟେଷ୍ଟ୍ : ଭାରତ ପ୍ରଥମ ଇନିଂସରେ ୩୨୬ରନ୍ରେ ଅଲ୍ଆଉଟ୍, ଅଷ୍ଟ୍ରେଲିଆଠୁ ୧୩୧ରନ୍ରେ ଆଗୁଆ
28/12/2020 at 7:54 AM

ମେଲବର୍ଣ୍ଣ ୨୮।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ୨ୟ ମ୍ୟାଚ୍ ମେଲବର୍ଣ୍ଣରେ ଖେଳାଯାଉଛି । ମୁକାବିଲାରେ ଆଜି ମାନେ ସୋମବାରରେ ତୃତୀୟ ଦିନର ଖେଳ ଜାରି ରହିଛି । ତେବେ ଭାରତୀୟ ଟିମ୍ ତାର ମ୍ୟାଚ୍ର ପ୍ରଥମ ପାଳିରେ ୩୨୬ରନ୍ରେ ଅଲଆଉଟ ହୋଇଯାଇଛି । ଯାହାକି ଅଷ୍ଟ୍ରେଲିଆ ଟିମ୍ ଠାରୁ ୧୩୧ରନ୍ରେ ଆଗୁଆ ରହିଛି ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ ହୋଇଯାଇଥିଲା । ଏହାପରେ ଭାରତ ତାର ପ୍ରଥମ ଇନିଂସରେ ୩୨୬ରନ୍ କରିବାରେ ସକ୍ଷମ ହୋଇଛି । ଭାରତକୁ ପ୍ରାରମ୍ଭିକ ଝଟକା ଲାଗିବା ସତ୍ତ୍ୱେ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଲଢୁଆ ଶତକଧାରୀ ଇନିଂସ ଓ ଜାଡେଜାଙ୍କ ଅର୍ଦ୍ଧଶତକ ବଦଳରେ ଭାରତ ଅଷ୍ଟ୍ରେଲିଆ ଉପରେ ୧୩୧ରନ୍ରେ ଆଗୁଆ ରହିଛି ।

ଭାରତ ପକ୍ଷରୁ ଅଧିନାୟକ ଆଜିଙ୍କ୍ୟ ରାହାଣେଟ ସର୍ବାଧିକ ୧୧୨ରନ୍, ଜାଡେଜା ୫୭ରନ୍, ଶୁଭମନ୍ ଗିଲ୍ ୪୫ରନ୍, ପନ୍ଥ ୨୯ରନ୍, ବିହାରୀ ୨୧ରନ୍, ପୂଜାର ୧୭ରନ୍, ଅଶ୍ୱିନୀ ୧୪ ରନ୍, ଉମେଶ ଯାଦବ ୯ରନ୍ ରହିଛି । ଶେଷ ୩ ରନ୍ରେ ୩ ଓ୍ୱିକେଟ ଆଉଟ ହୋଇଥିଲେ । ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମ ଇନିଂସରେ ମିଚେଲ୍ ଷ୍ଟ୍ରାକ୍ ଓ ନେଥନ ଲାୟନ ସର୍ବାଧିକ ୩ଟି ଓ୍ୱିକେଟ ନେଇଥିବା ବେଳେ ପାଟ୍ କମିନ୍ସ ୨ ଟି ଓ ହେଜଲହୁଡ଼ ଗୋଟିଏ ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଛନ୍ତି ।
ତେବେ ଅଷ୍ଟ୍ରେଲିଆର ୨ୟ ଇନିଂସ ଆରମ୍ଭ ହୋଇଥିବା ବେଳେ ଟିମ୍କୁ ପ୍ରାରମ୍ଭିକ ଝଟ୍କା ଦେଇଛନ୍ତି ଭାରତୀୟ ବୋଲର । ଅଷ୍ଟ୍ରେଲିଆ ଟିମ୍ ୪ ରନ୍ କରି ଗୋଟିଏ ଓ୍ୱିକେଟ୍ ହରାଇଛି । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜୋଏ ବର୍ଣ୍ଣଙ୍କୁ ଉମେଶ ଯାଦବ ଶୀକାର କରିଛନ୍ତି ।
ଅଷ୍ଟ୍ରେଲିଆରେ ଚାଲିଥିବା ୪ଟିକିଆ ଟେଷ୍ଟ ସିରିଜରେ ଭାରତ ୦-୧ରେ ପଛୁଆ ରହିଛି । ଭାରତକୁ ସିରିଜରେ ଖଡ଼ା ଟକ୍କର ଦେବାକୁ ହେଲେ ୨ୟ ଟେଷ୍ଟ ମ୍ୟାଚ୍ ଜିତିବା ଅତ୍ୟନ୍ତ ଜରୁରୀ ରହିଛି । ୨ ୟ ମ୍ୟାଚ୍ରେ ଟିମ୍ରୁ ବିରାଟ କୋହଲି, କେ ଏଲ୍ ରାହୁଲ ଭଳି ଷ୍ଟାର ଖେଳାଳି ଖେଳୁନାହାନ୍ତି ।