ଭାରତର ପଦକ ଆଶା ପକ୍କା, କ୍ୱାର୍ଟରରେ ଲବଲିନାଙ୍କ ଜବରଦସ୍ତ ପ୍ରଦର୍ଶନ

Published By : Prameya-News7 Bureau | July 30, 2021 IST

ଜାପାନ ୩୦/୭: ଭାରତର ୨ୟ ପଦକ ଆଶା ଉଦ୍ଜୀବିତ ହୋଇଛି । ନିଶ୍ଚିତ ଆଉ ଗୋଟିଏ ପଦକ ମିଳିବାର ସମ୍ଭାବନା ଦେଖାଦେଇଛି । ଭାରତୀୟ ବକ୍ସର ଲବଲୀନା କ୍ୱାର୍ଟର ଫାଇନାଲରେ ନିଜର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ୨ୟ ରାଉଣ୍ଡକୁ ୫-୦ରେ ଜିତି ପଦକ ଆଡକୁ ଆଉ ପାଦେ ଅଗ୍ରସର ହୋଇଛନ୍ତି । ବକ୍ସିଂ ୬୯ କିଲୋଗ୍ରାମ ଇଭେଣ୍ଟ ସେମିଫାଇନାଲ ପ୍ରବେଶ କରି ରଚିଛନ୍ତି ଇତିହାସ ।

ଲଭଲିନା ହେଉଛନ୍ତି ଭାରତର ପ୍ରଥମ ମହିଳା ଖେଳାଳି ଯିଏକି ଏହି ବର୍ଗରେ ପଦକ ଜିତିବା ଦୌଡରେ ଅଛନ୍ତି । ତେବେ ଭାରତ ପାଇଁ ବକ୍ସିଂରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବାର ଏକ ସୁଯୋଗ ରହିଛି । କିନ୍ତୁ ଏଥିପାଇଁ ଲଭଲିନାଙ୍କୁ ଆଉ ଦୁଇଟି ମ୍ୟାଚ୍ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ଯଦି ସେ ସେମିରେ ହାରନ୍ତି ତେବେ ମଧ୍ୟ ଏକ ପଦକ ପାଇବାର ସୁଯୋଗ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.