ମହିଳା ରିପୋର୍ଟର ସାକ୍ଷାତକାର ନେବାବେଳେ କିସ୍ କଲେ ବକ୍ସର, ସୋସିଆଲ ଗଣମାଧ୍ୟମରେ ଚର୍ଚ୍ଚା

Published By : Prameya-News7 Bureau | March 28, 2019 IST

ଜଣେ ମହିଳା ରିପୋର୍ଟରଙ୍କୁ ସାକ୍ଷାତକାର ନେବାବେଳେ କିସଦେଲେ ବକ୍ସର । ଏହି ଘଟଣା ସୋସିଆଲ ମିଡ଼ିଆରେ ହେଲା ଭାଇରାଲ । ବକ୍ସରଙ୍କୁ ସୋସିଆଲ ମିଡ଼ିଆରେ ଆଟାକ ହେଲାପରେ ସେ ରଖିଛନ୍ତି ନିଜର ମତ ।

ବୁଲଗେରିଆର କୁବରତ ବୋଲି ଜଣେ ନାମୀ ବକ୍ସର ଏଭଳି କରିଥିବା ଜଣାଯାଇଛି । କୁବରତର ଏକ ସ୍ଵତନ୍ତ୍ର ବିଜୟ ପାଇଁ ଜେନି ନାମକ ଜଣେ ଗଣମାଧ୍ୟମର  ମହିଳା ପ୍ରତିନିଧି ସାକ୍ଷାତକାର ପ୍ରସ୍ତୁତ କରୁଥିଲେ । ଏହି ସମୟରେ କୁବ୍ରତ ହଠାତ ମହିଳା ରିପୋର୍ଟରଙ୍କୁ ଲିଭକିସ୍ ଦେବା ଆରମ୍ଭ କଲେ । ଯାହା ଆଜି ସାରା ବିଶ୍ଵରେ ସୋସିଆଲ ମିଡ଼ିଆରେ ଭାଇରାଲ ।

ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ବିଭିନ୍ନ ପ୍ରତିକ୍ରୟା ମଧ୍ୟ କୁବରତଙ୍କ ବିରୋଧରେ ଆସିଥିଲା । କୁବରତ ଏହି ପ୍ରତିକ୍ରିୟା ବାବଦରେ ମତ ରଖିଛନ୍ତି, ଜେନି ତାଙ୍କର ଜଣେ ଭଲ ବନ୍ଧୁ । ଏହି ବିଜୟର ସେଲିବ୍ରେସନ ତାଙ୍କ ସହ ମନାଇଛନ୍ତି । ସାକ୍ଷାତକାର ସରିବାପରେ ସେମାନେ ଏହି ସେଲିବ୍ରେସନ କରିଛନ୍ତି । ଏହାକୁ ସେମିତି କିଛି ଭାବିବା ଠିକ୍ ନୁହେଁ । କାରଣ ଭାଇରାଲ ହୋଇଥିବା ଭିଡ଼ିଓରେ କିସ୍ ସରିବା ପରେ ଜୋରରେ ଦୁଇଜଣ ହସିବା ମଧ୍ୟ ସେଥିରେ ଅଛି । ଏହି ଫଟୋ କିମ୍ବା ଭିଡ଼ିଓ ପଛରେ ସେମିତି କିଛି ରହସ୍ୟ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.