Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଅବସର ନେଲେ ପ୍ରଜ୍ଞାନ ଓଝା, ଭାରତ ପାଇଁ ତିନି ଫର୍ମାଟରେ ଖେଳିଛନ୍ତି ୨୪-୧୮-୬ମ୍ୟାଚ୍‌, ନେଇଛନ୍ତି ୧୪୪ଓ୍ବିକେଟ୍

21/02/2020 at 12:20 PM

ନୂଆଦିଲ୍ଲୀ ୨୧।୦୨: କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଓଡିଆ କ୍ରିକେଟର ପ୍ରଜ୍ଞାନ ଓଝା । ସେ ତାଙ୍କ ଅବସର ସଂପର୍କିତ ଚିଠି ବିସିସିଆଇକୁ ପଠାଇବା ସହ ଟ୍ବିଟ୍ ମାଧ୍ୟମରେ ଜଣାଇଛନ୍ତି । ମାତ୍ର ୩୩ ବର୍ଷ ବୟସରେ ପ୍ରଜ୍ଞାନ କ୍ରିକେଟ୍ ର ସବୁ ଫର୍ମାଟ୍ ରୁ ଅବସର ଘୋଷଣା କରିଛନ୍ତି ।

ପ୍ରଜ୍ଞାନ ଓଝା ଭାରତ ପାଇଁ ୨୪ ଟି ଟେଷ୍ଟ ଖେଳି ଥିବା ବେଳେ ୧୧୩ ଟି ୱିକେଟ୍ ନେଇଛନ୍ତି । ସେହିଭଳି ୧୮ଟି ଦିନିକିଆରୁ ୨୧ ଟି ୱିକେଟ୍ ନେଇଛନ୍ତି ପ୍ରଜ୍ଞାନ । ଟି-ଟ୍ବେଣ୍ଟିଂରେ ୬ ଟି ମ୍ୟାଚ୍ ଖେଳି ୧୦ ଟି ୱିକେଟ୍  ନେଇଛନ୍ତି । ପ୍ରଜ୍ଞାନ ୨୦୦୮ରେ  ବାଂଲାଦେଶ ବିରୋଧରେ ଖେଳାଯାଇଥିବା ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ନିଜ କ୍ୟାରିଅର ଆରମ୍ଭ କରିଥିବା ବେଳେ ଶ୍ରୀଲଙ୍କା ବିରୋଧରେ ୨୦୦୯ ରେ ଟେଷ୍ଟ କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୩  ୧୮ ନଭେମ୍ବରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ଶେଷ ଟେଷ୍ଟ ଖେଳିଥିଲେ ।

ସେହିପରି ୨୦୧୨ ମସିହା ଜୁଲାଇ ୨୪ ରେ ଶ୍ରୀଲଙ୍କା ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ । ୧୩ ଜୁନ୍୨୦୧୦ ରେ ସେ ଜିମ୍ବାୱେ ବିପକ୍ଷରେ ଶେଷ ଟି-ଟ୍ବେଣ୍ଟିଂ ଖେଳିଥିଲେ । ପ୍ରଜ୍ଞାନ ଡେକାନ୍ ଚାର୍ଜର୍ସ ହାଇଦ୍ରାବାଦ୍, ମୁମ୍ବାଇ ଇଣ୍ଡିଆନସ୍ ଭଳି ଆଇପିଏଲ୍ ଟିମ୍ ର ସଦସ୍ୟ ବି ଥିଲେ । ୨୦୧୪ ରେ ବିବାଦୀୟ ବୋଲିଂ ଆକ୍ସନ୍ ପାଇଁ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟରେ ବ୍ରେକ୍ ଲାଗିଥିଲା । ତେବେ ଜାନୁଆରୀ ୩୦ , ୨୦୧୫ ରେ ପ୍ରଜ୍ଞାନଙ୍କ ବୋଲିଂ ଆକ୍ସନ୍ କୁ କ୍ଲିନ୍ ଚିଟ୍  ଦିଆଯାଇଥିଲେ ବି ସେ ଆଉ ଅନ୍ତର୍ଜାତୀୟ କ୍ରିକେଟ୍ କୁ ଫେରି ପାରିନଥିଲେ ।

ଏପରିକି ତାଙ୍କ ମୂଳ ଟିମ୍  ହାଇଦ୍ରାବାଦ୍ ପାଇଁ ସେ ରଣଜୀ ରେ  ସ୍ଥାନ ମିଳିନଥିଲା । ସେ ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନ୍ ସହ ୧୪ ବର୍ଷରୁ ଅଧିକ ସମୟ ଯୋଡି ହୋଇଥିଲେ । ପରେ ସେ ବିହାର ପକ୍ଷରୁ ୨୦୧୮-୧୯ ରେ ରଣଜୀ ଖେଲିଥିଲେ । ତେନ୍ଦୁଲକରଙ୍କ ଶେଷ ଟେଷ୍ଟରେ ପ୍ରଜ୍ଞାନ ୧୦ ୱିକେଟ୍  ନେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ ।  ମାତ୍ର ୩୩ ବର୍ଷ ବୟସରେ ପ୍ରଜ୍ଞାନ କ୍ରିକେଟ୍ ର ସବୁ ଫର୍ମାଟ୍ ରୁ ଅବସର ଘୋଷଣା କରିଛନ୍ତି ।

   Related Posts