ଘରୋଇ କଳିକୁ କେନ୍ଦ୍ରକରି ସାନଭାଇର ତୀର ମାଡ଼ରେ ବଡ଼ଭାଇ ଗୁରୁତର

Published By : Prameya-News7 Bureau | January 03, 2019 IST

ଆନନ୍ଦପୁର ୦୩/୦୧: ଘସିପୁରା ଥାନା ଅନ୍ତର୍ଗତ ବରଗୋଠ ଗାଁରେ ଘରୋଇ କଳିକୁ କେନ୍ଦ୍ରକରି ସାନଭାଇର ତୀର ମାଡରେ ବଡଭାଇ ଗୁରୁତର ହୋଇଛି। ଆଜି ବରଗୋଠ ଗାଁର ଗମା ଗୟା ଓ ତାର ସାନଭାଇ ଦାସ ଗୟା ମଧ୍ୟରେ କୌଣସି କାରଣକୁ ନେଇ ଘର ନିକଟରେ ଯୁକ୍ତି ତର୍କ ହୋଇଥିଲା । ଏଥିରେ ଉକ୍ଷିପ୍ତ ହୋଇ ସାନ ଭାଇ ଦାସ ହଠାତ୍ ଏକ ଧନୁତୀର ବଡଭାଇ ଗମା ଉପରକୁ ଛାଡିଦେଇଥିଲା । ତୀରଟି ଗମା ପିଠିରେ ବାଜିଥିଲା । ତୀର ମାଡ଼ରେ ବଡ଼ଭାଇ ତଳେ ପଡ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ୱୁଲାନ୍ସ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.