ସ୍ବାମୀ ହିଁ ସାଜିଲା ହତ୍ୟାକାରୀ : ସୁପାରୀ ଦେଇ କରାଇଥିଲା ହତ୍ୟା

Published By : Prameya-News7 Bureau | September 07, 2019 IST

 ଡେହରାଡୁନ ୭/୯: ଗଭୀର ପ୍ରେମରୁ ଆରମ୍ଭ ହୋଇଥିବା ଅଶୋକ ଏବଂ କାମନାଙ୍କ କାହାଣୀ ଶେଷରେ ହତ୍ୟାରେ ଶେଷ ହୋଇଥିଲା। ସବୁ କିଛି ପାଖାପାଖି ୫ବର୍ଷ ମଧ୍ୟରେ ଶେଷ ହୋଇଯାଇଥିଲା। ପ୍ରେମ ପରେ ଘୃଣା ମଧ୍ୟ ଏତେ ସୀମା ଟପିଯାଇଥିଲା ଯେ ଶେଷରେ ଅଶୋକ ହିଁ କାମନାଙ୍କୁ ହତ୍ୟା କରାଇଦେଇଥିଲେ। ଅଶୋକ କାମନାଙ୍କ ସହ ଜଡ଼ିତ ଥିବା ଲୋକଙ୍କ ସମ୍ପର୍କ ମଧ୍ୟ ସମୟ ସହ ବଦଳିଯାଇଥିଲା। ଏହି ପରିବର୍ତ୍ତିତ ସମୟ କାମନାଙ୍କ ଜୀବନ ପାଇଁ ମହଙ୍ଗା ପଡ଼ିଥିଲା।

{"id":154272}

ଏସଓଙ୍କ କହିବା ମୁତାବକ ଟ୍ରାନ୍ସପୋର୍ଟର ଅଶୋକଙ୍କ ୨୦୦୯ମସିହାରୁ ପିସିଓ ଚଲାଉଥିବା ଜଣେ ଯୁବତୀଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା। ଏହି ଯୁବତୀଙ୍କ ଭାଇଙ୍କ ସହ କାମନାଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା। ଯୁବତୀଙ୍କ ବାହାନାରେ କାମନା ଏବଂ ଅଶୋକ ପରସ୍ପରର ନିକଟତର ହୋଇଥିଲେ। ଘନିଷ୍ଠତା ଏତେ ବଢ଼ିଯାଇଥିଲା ଯେ କାମନା ପ୍ରଥମ ସମ୍ପର୍କ ଭାଙ୍ଗି ଅଶୋକଙ୍କୁ ବିବାହ କରିଥିଲେ।

{"id":154273}

  କାମନାଙ୍କ ସହ ଘନିଷ୍ଠତା ବଢ଼ିବା ପରେ ଅଶୋକ ପିସିଓ ଯୁବତୀଙ୍କଠୁ ଦୂରେଇ ଯାଇଥିଲେ। କାମନା ବିବାହ ପାଇଁ ଚାପ ପ୍ରୟୋଗ କରିବାରୁ ୨୦୧୪ମସିହାରେ ଅଶୋକ ତାଙ୍କୁ ପ୍ରେମ ବିବାହ କରିଥିଲେ।

{"id":154274}

ଦାରିଦ୍ର୍ୟତା ମଧ୍ୟରେ ତାଙ୍କ ପ୍ରେମ ମଧ୍ୟ ବଢ଼ି ବଢ଼ି ଯାଇଥିଲା। ଏହା ମଧ୍ୟରେ ସହରର ଜଣେ ଫାଇନାନ୍ସର ତାଙ୍କ ଜୀବନରେ ଆସିଥିଲା। ଯାହା ଫଳରେ ତାଙ୍କ ପରିବାରର ସମସ୍ତ ଆର୍ଥିକ ଅନଟନ ଦୂର ହୋଇଯାଇଥିଲା। ଅଧିକ ଟଙ୍କା ଆଶାରେ ଅଶୋକ ଏବଂ କାମନାଙ୍କ ମଧ୍ୟରେ ପ୍ରେମ ଧୀ​‌ରେ ଧୀରେ କମିଯାଇଥିଲା।

{"id":154275}

ସେମାନଙ୍କ ସମ୍ପର୍କରେ ପ୍ରତାରଣା ଫାଟ ସୃଷ୍ଟି କରିଥିଲା। ଅଶୋକ ପ୍ରେମ ପାଇବା ଆଶାରେ ପିସିଓ ଚଲାଉଥିବା ମହିଳା ମିତ୍ରଙ୍କ ପାଖକୁ ଚାଲି ଯାଇଥିଲେ। ଅପର ପକ୍ଷରେ ଅଶୋକ ସେହି ଫାଇନାନ୍ସରଙ୍କ ସହ କାମନାଙ୍କ ସମ୍ପର୍କକୁ ନେଇ ଚିନ୍ତାରେ ଥିଲେ। ଏପରି ପରିବର୍ତ୍ତିତ ସମ୍ପର୍କକୁ ନେଇ ଅଶୋକ, କାମନାଙ୍କଠୁ ମୁକ୍ତି ପାଇବା ପାଇଁ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ। ଅଶୋକ ସୁପାରୀ ଦେଇ ଦୁଇ ଅଭିଯୁକ୍ତଙ୍କ ଦ୍ବାରା ନିଜ ପତ୍ନୀଙ୍କୁ ହତ୍ୟା କରାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.