Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||

ସୋସିଆଲ ମିଡିଆରେ ଘୁରି ବୁଲୁଛି ମଦ୍ୟପ ଖାକି ପୋଷାକ ପିନ୍ଧା ସରକାରୀ ବାବୁଙ୍କ ଭିଡିଓ

17/06/2019 at 9:39 AM

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏକ ଖାକି ପୋଷାକ ପିନ୍ଧା ସରକାରୀ ବାବୁଙ୍କ ଭିଡିଓ । ଯେଉଁ ଭିଡିଓ ରେ ଖାକି ପୋଷାକ ଧାରୀ ବାବୁ ଜଣଙ୍କ ଅତ୍ୟନ୍ତ ମଦ୍ୟପାନ କରି ବିଚ ବଜାରରେ ରାସ୍ତା କଡରେ ପଡି ନିଜର ଚାକିରି କରୁଥିବା ଦରମା ୬୦ ହଜାର କହୁଥିବା ବେଳେ ଉପୁରି ୩୦ ହଜାର ଟଙ୍କା ବୋଲି ସର୍ବ ସମ୍ମୁଖରେ ଡିଂଡିମ ପିଟୁଛନ୍ତି । ତେବେ ଉକ୍ତ ଖାକି ପୋଷାକ ବାବୁ ଜଣଙ୍କ ଆଉ କେହି ନୁହେଁ ବୌଦ୍ଧ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ସହକାରୀ ପରିବହନ ଅଧିକାରୀ କୁମାର ଭଦ୍ରା ।

ତେବେ ଏ ସମ୍ପର୍କରେ ବୌଦ୍ଧ ଭାରପ୍ରାପ୍ତ ଆଂଚଳକି ପରିବହନ ଅଧିକାରୀଙ୍କୁ ପଚାରିବାରୁ ଆଜିକାଲି ଅନେକ ଫେକ ଭିଡିଓ ବାହାରୁଥିବା  କହିବା ସହ ଉକ୍ତ ଅଧରକାରୀ ଜଣଙ୍କ ଭଲଭାବରେ ଚିହ୍ନଟ ହୋଇପାରି ନାହିଁ ବୋଲି କହିଥିଲେ । ଏଥିସହ ଉକ୍ତ ଜୁନିଅର ଏମଭିଆଇ ଗତ ୨୦୧୮ ମସିହା ଜୁନ ମାସରେ କାର୍ଯ୍ୟରେ ଯୋଗ ଦେବା ପରେ ନିଜ ଜିନିଷ ଆଣିବାକୁ ଘରକୁ ଯାଇଥିବା କହି ଏ ପର୍ଯ୍ୟନ୍ତ ତାଙ୍କର ଦେଖା ନଥିବା କହିଛନ୍ତି ଭାରପ୍ରାପ୍ତ ଆଂଚଳକି ପରିବହନ ଅଧିକାରୀ ।

ତେବେ ଏଠାରେ ପ୍ରଶ୍ନ ଉଠୁଚି ଜଣେ ଗୁରୁ ଦାୟତ୍ୱରେ ଥିବା ଅଧିକାରୀ ପୋଷାକ ପିନ୍ଧି ଅତ୍ୟନ୍ତ ମଦ୍ୟପାନ କଲା ଭିଡିଓ ହସ୍ତଗତ ହେଲା ପରେ ବି ପ୍ରଶାସନ ଭିଡିଓର ସ୍ପଷ୍ଟତାକୁ ନେଇ ଦ୍ୱନ୍ଦ ଘଟଣା ଜିଲ୍ଲାବାସିଙ୍କୁ ଚକିତ କରିଛି । ସେହିପରି ଜଣେ ଅଧିକାରୀ ଗତ ବର୍ଷେ ହେବ କାର୍ଯ୍ୟରେ ଯୋଗ ନଦେଇ କିପରି ପୋଷାକ ପିନ୍ଧି ଏଭଳି କାଣ୍ଡ ଭିଆଉଛନ୍ତି ତାକୁ ନେଇ ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

   Related Posts