ବୌଦ୍ଧରେ ସରପଞ୍ଚଙ୍କ ଦବଙ୍ଗଗିରି ; ସରପଞ୍ଚଙ୍କ ଗିରଫ ଦାବୀରେ ଥାନା ଘେରାଉ

Published By : Prameya-News7 Bureau | September 16, 2018 IST

ବୌଦ୍ଧ ୧୬/୯ : ବୌଦ୍ଧରେ ଦେଖିବାକୁ ମିଳିଛି ସରପଞ୍ଚଙ୍କ ଦବଙ୍ଗଗିରି । ଆଦିବାସୀ ମହିଳା ୱାର୍ଡ ମେମ୍ବରଙ୍କୁ ସରପଞ୍ଚଙ୍କ ଦୁର୍ବବ୍ୟହାର ଅଭିଯୋଗ ହୋଇଛି । ଭୋଟ ନାଇଁ ତ ସୁଯୋଗ ନାଇଁ । ବନ୍ଧରେ ଜାଆଁଳା ଛାଡିବାକୁ କେନ୍ଦ୍ରକରି ସରପଞ୍ଚ ଗ୍ରାମବାସୀ ମୁହାଁମୁହିଁ । ସେପଟେ ସରପଞ୍ଚଙ୍କ ଗିରଫ ଦାବୀରେ ଗ୍ରାମବାସୀ ପଞ୍ଚାୟତ ଏବଂ ଥାନା ଘେରାଉ କରିଛନ୍ତି। ଏଭଳି ଏକ ଚିତ୍ର ସାମାନା କୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ କୁଟୀଝର ଗ୍ରାମରୁ। କୁଟୀଝର ଗ୍ରାମରେ ଥିବା ବନ୍ଧରେ ବର୍ଷ ବର୍ଷ ଧରି ଗ୍ରାମବାସୀ ମାଛ ଛାଷ କରି ଗ୍ରାମର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସହିତ ଗ୍ରାମରେ ବିଭିନ୍ନ ଯାନିଯାତ୍ରା କରିଆସୁଥିଲେ । ହେଲେ ଚଳିତ ବର୍ଷ ଯାଆଁଳା ଛାଡିବା ସମୟରେ ସରପଞ୍ଚ ସୁମନ ଜୀ ଲାଲ ପହଂଚି ଗ୍ରାମବାସୀଙ୍କୁ ବିରୋଧ କରିଥିଲେ । ହେଲେ ଚଳିତ ବର୍ଷ ଯାଆଁଳା ଛାଡିବା ସମୟରେ ସରପଞ୍ଚ ସୁମନ ଜୀ ଲାଲ ପହଞ୍ଚତ୍ ଗ୍ରାମବାସୀଙ୍କୁ ବିରୋଧ କରିଥିଲେ । ଫଳରେ ସ୍ଥାନୀୟ ୱାର୍ଡ ମେମ୍ବର ଏନେଇ ସରପଞ୍ଚଙ୍କୁ ଭେଟିବାରୁ ଉତ୍ୟକ୍ତ ହୋଇପଡିଥିଲେ ସରପଞ୍ଚ । ତମେ ମୋତେ ଭୋଟ ଦେଇନ ଆଉ ଏଣିକି ତମେ ମାଛ ଚାଷ କରିପାରିବ ନାହଁ କହିବା ସହିତ ମହିଳା ୱାର୍ଡ ମେମ୍ବରଙ୍କୁ ଅତି ଖରାପ ଭାଷାରେ ଗାଳିଗୁଲଜ କରି ଦୁର୍ବବ୍ୟହାର ମଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ଗ୍ରାମରେ ଏକ ସଭା ଡକାଯିବା ପରେ ଗ୍ରାମର ସିଦ୍ଧାନ୍ତ ଅନୁଯାୟୀ ଉତ୍ୟକ୍ତ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ଘେରିବା ସହିତ ପରେ ହରଭଙ୍ଗା ଥାନାରେ ସଂପୃକ୍ତ ସରପଞ୍ଚଙ୍କ ନାଁରେ ଏତାଲା ଦେବା ସହ ସରପଞ୍ଚଙ୍କ ଗିରଫ ଦାବୀରେ ଥାନା ଘେରାଉ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.