Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ

25/10/2021 at 8:49 AM

ବୌଦ୍ଧ, ୨୫/୧୦: ଗାଁ ପାଲଟିଲା ରଣକ୍ଷେତ୍ର । ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ । ୮ ଗୁରୁତର  । ଏପରି ଘଟଣା ସାମ୍ନାକୁ ଆସିଛି  ବୌଦ୍ଧ ଜିଲ୍ଲା ବଢିଗାଁ ଗ୍ରାମ ପଞ୍ଚାୟତର ଯୋଗୀ ଭୋଗରା ଗାଁରେ ।

ସୂଚନାନୁସାରେ, ରବିବାର ରାତିରେ ଯୋଗୀ ଭୋଗରା ଗ୍ରାମରେ ସରପଞ୍ଚଙ୍କ ପରିବାର ଓ ଗ୍ରାମର ବେହେରା ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏପରିକି ଟାଙ୍ଗିଆ ଓ କଟୁରିରେ ପରସ୍ପରକୁ  ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ । ଏଥିରେ ଉଭୟ ପରିବାରର ୮ ଜଣ ସଦସ୍ୟ ଗୁରୁତର ହୋଇଥିବା ଜଣା ପଡିଛି ।

ଗୁରୁତରଙ୍କ ମଧ୍ୟରେ ସରପଞ୍ଚଙ୍କ ସ୍ବାମୀ ଅଜିତ ସେଠୀ, ଦେଢସୁର ପ୍ରଦୀପ ସେଠୀ, ଶ୍ୱଶୁର ଚହଟୀ ସେଠୀ ରହିଛନ୍ତି । ସେହିପରି ବେହେରା ପରିବାରର ବାବୁଲା ବେହେରା, ଅନନ୍ତ ବେହେରା, ବୈକୁଣ୍ଠ ବେହେରା, ସ୍ବାଧୀନ ବେହେରା ଓ ଦିବସ ବେହେରା ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ୧୦୮ ଆମ୍ବୁଲାନସ୍ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଗଣ୍ଡଗୋଳ ରାଜନୈତିକ କାରଣରୁ ନା ଅନ୍ୟ କୌଣସି କାରଣରୁ ସଂଗଠିତ ହୋଇଛି ଜଣା ପଡି ନାହିଁ । ଅନ୍ୟପଟେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

   Related Posts