Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ପତ୍ନୀଙ୍କ ଅଭିଯୋଗରେ ବାବୁ ଗିରଫ : ବୌଦ୍ଧ ଡେପୁଟି କଲେକ୍ଟରଙ୍କୁ ବାନ୍ଧିନେଲା ବିଟିଏମ୍ ଫାଣ୍ଡି ପୋଲିସ

29/09/2020 at 3:26 PM

ବୌଦ୍ଧ ୨୯/୦୯ : ଗିରଫ ହେଲେ ବୌଦ୍ଧ ଡେପୁଟି କଲେକ୍ଟର । ପତ୍ନୀଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଡେପୁଟି କଲେକ୍ଟର ଶରତ ବାଗଙ୍କୁ ଗିରଫ କରିଛି ବିଟିଏସ ଫାଣ୍ଡି ପୋଲିସ । ବୌଦ୍ଧ ଡେପୁଟି କଲେକ୍ଟରଙ୍କ ପରକୀୟା ପ୍ରୀତିର ଗୁମର ଖୋଲିବାକୁ ଯାଇ ତାଙ୍କ ପତ୍ନୀ ଶାରୀରିକ ନିର୍ଯାତନାର ଶିକାର ହୋଇଥିବା ନେଇ ଝାରସୁଗୁଡା ପୋଲିସର ଦ୍ବାରସ୍ଥ ହୋଇଥିଲେ ।

ଓଏଏସ୍‌ ପତିଙ୍କ ପରକିୟା ପ୍ରୀତିକୁ ଧରିବାକୁ ଲୁଚି ଲୁଚି ମୋବାଇଲ୍ କ୍ୟାମେର୍‌ ଅନ୍‌ କରି ପହଞ୍ଚିଥିଲେ ପତ୍ନୀ । ଆଉ ଏହି କୋଠରୀରେ ପତିଙ୍କୁ ପାଇ ତାଙ୍କୁ ଗାଳି କରିବା ଆରମ୍ଭ କରିଥିଲେ । ଆଉ ଏହା ପରେ ସଂପୃକ୍ତ ମହିଳାଙ୍କ ମୋବାଇଲ୍‌ ଛଡାଇବାକୁ ପ୍ରୟାସ କରିବା ସହ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ତାଙ୍କ ପତିଦେବ ଓ କିଛି ବ୍ୟକ୍ତି ।

ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗ୍‌, ପତ୍ନୀଙ୍କୁ କଟକ ଯାଉଥିବା କହି ପହଞ୍ଚିଥିଲେ ଝାରସୁଗୁଡାରେ । ଶରତ କଟକ ନଯାଇ ଝାରସୁଗୁଡାରେ ନିଜ ବାନ୍ଧବୀଙ୍କ ସହ ବୁଲୁଥିବା ଖବର ପାଇ ପିଛାକରିଥିଲେ ପତ୍ନୀ ଡାଲିଆ ଦେବନାଥ । ସେ ବି ତାଙ୍କ ପଛରେ ଆସି ପହଞ୍ଚିଥିଲେ ଝାରସୁଗୁଡାରେ । ଶରତ ବାଗ ମହିଳାଙ୍କ ପାଖରେ ଏକ ବେଡ୍‌ରେ ଗଡୁଥିବା ଦେଖି ପତ୍ନୀଙ୍କ ପାରା ମୁଣ୍ଡକୁ ଚଢି ଯାଇଥିଲା । ଆଉ ଏହାପରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ । ଡାଲିଆ ଦେବନାଥ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ତାଙ୍କ ପତି ଶରତ ବାଗ୍‌, ତାଙ୍କ ବାନ୍ଧବୀ, ପତିଙ୍କ ଜଣେ ସଂପର୍କୀୟ ଓ ତାଙ୍କର କିଛି ବନ୍ଧୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଥାନାରେ ଅଭିଯୋଗ କରିଥିଲେ ।

ତେବେ କୌଶଳକ୍ରମେ ଡାଲିଆ ସେଠାରୁ ଖସିଆସି ବିଟିଏମ୍ ଫାଣ୍ଡିରେ ଏତଲା ଦେବା ସହ ଏସପିଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ | ତେବେ ତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଥିଲା । ପୂର୍ବରୁ ଶରତ ବାଗ୍‌ ବଲାଙ୍ଗିରରେ ଅବସ୍ଥାପିତ ଥିବାବେଳେ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇ ହେଉଥିଲା । ଏନେଇ ଏକ ମାମଲା କୋର୍ଟରେ ମଧ୍ୟ ବିଚାରାଧୀନ ରହିଛି । ବର୍ତ୍ତମାନ ଡାଲିଆ ନିଜର ୩ ଝିଅଙ୍କ ସହ ବାପା ମା ଙ୍କ ନିକଟରେ ରହୁଛନ୍ତି । ୩ଟି ଝିଅ ଜନ୍ମ କରିବାରୁ ଓଏଏସ୍‌ ଅଧିକାରୀ ପତି, ସ୍ତ୍ରୀକୁ ନିର୍ଯାତନା ଦେବାସହ ପରକୀୟା ପ୍ରୀତିରେ ଲିପ୍ତ ଥିବା ଅଭିଯୋଗ ଉଠିଛି ।

ଏହି ଘଟଣାକୁ ନେଇ ଡେପୁଟି କଲେକ୍ଟର ଶରତ ବାଗଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପରକିୟା ପ୍ରୀତି ଘଟଣା ଝାରସୁଗୁଡା ସମେତ ବୌଦ୍ଧରେ ବେଶ ଚର୍ଚ୍ଚିତ ହୋଇଛି ।

   Related Posts