ମୁମ୍ବାଇରେ ପଥରରେ ଛେଚି ବୌଦ୍ଧର ଦାଦନ ଶ୍ରମିକଙ୍କୁ ହତ୍ୟା ; ଅଭିଯୋଗରେ ଜଣେ ଅଟକ

Published By : Prameya-News7 Bureau | December 19, 2018 IST

ବୌଦ୍ଧ ୧୯|୧୨: ମୁମ୍ବାଇରେ ଦାଦନ ଶ୍ରମିକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶୋଇଥିବା ବେଳେ ପଥରରେ ଛେଚିବା ସହ ଛୁରୀ ମାରି ହତ୍ୟା କରିଛି ତାଙ୍କ ସାଙ୍ଗ । ମୃତକ ହେଲେ କଣ୍ଟାମାଳ ବ୍ଲକ୍ ପଣ୍ଡରାପିଟା ଗାଁର ପ୍ରକାଶ ନାଏକ । ଅଭିଯୋଗରେ ସାଙ୍ଗ ଇନ୍ଦ୍ରମଣି ଭୋଇକୁ ଅଟକ ରଖିଛି ମୁମ୍ବାଇ ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେ ଏଭଳି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ଜେପି ଇନ୍‌ଫ୍ରା କମ୍ପାନୀରେ କାମ କରୁଥିଲେ ପ୍ରକାଶ । ଦାଦନ ଖଟିବାକୁ କଣ୍ଟାମାଳ ବ୍ଲକ୍ ପଣ୍ଡରାପିଟା ଗାଁରୁ ୫ ଜଣ ସାଙ୍ଗ ଯାଇଥିଲେ ମୁମ୍ବାଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.