ଲାଉ ରସ ପିଇଲେ ମାସକରେ ହ୍ରାସ ପାଇବ ଓଜନ : ଜାଣନ୍ତୁ ଜୁସ୍ ପ୍ରସ୍ତୁତ ପ୍ରଣାଳୀ

Published By : Prameya-News7 Bureau | July 25, 2019 IST

ମାର୍କେଟରେ ଲାଉ ଅତ୍ୟନ୍ତ ସହଜରେ ମିଳିଯାଇଥାଏ। ଏଥିରେ ଅନେକ ପ୍ରକାରର ଭିଟାମିନ୍ ରହିଥାଏ।

{"id":137184}

ଏଥିରେ ଭିଟାମିନ୍ ସି,ଭିଟାମିନ୍ ବି,ଭିଟାମିନ୍ କେ,ଭିଟାମିନ୍ ଇ,ଆଇରନ୍,ଫୋଲେଟ୍,ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଭଳି ଅନେକ ପୋଷକ ତତ୍ତ୍ବ ରହିଥାଏ। ଏଥିରେ ଜଳୀୟ ଅଂଶ ଭରି ରହିଥାଏ ଏବଂ ଏଥିରେ କୋଲେଷ୍ଟୋଲର ମାତ୍ରା ଜମା ନଥାଏ। ଏହା ଓ୍ବେଟ୍ ଲସ୍ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

{"id":137186,"width":571,"height":429}

ଲାଉ ତରକାରିଠୁ ଅଧିକ ଏହାର ଜୁସ୍ ପିଇଲେ ଆପଣଙ୍କର ଓଜନ କମ୍ ହେବ କିନ୍ତୁ ତରକାରି ଭାବେ ଖାଇଲେ ଆପଣଙ୍କ ପେଟ ଉପରେ କୈାଣସି ପ୍ରଭାବ ପଡ଼ିବ ନାହିଁ।

{"id":137187}

ସର୍ବପ୍ରଥମେ ଆପଣ ଲାଉକୁ ଛେଲି ଛୋଟ ଛୋଟ ପିସରେ କାଟନ୍ତୁ। ଏହାପରେ ଆପଣ ଦୁଇ ଚାମଚ କଟା ଧନିଆଁ ମିଶାନ୍ତୁ,ଏହା ସହିତ ଦୁଇ ଚାମଚ ପୋଦିନା, ସ୍ବାଦ ଅନୁସାରେ କଳା ଲୁଣ ଏବଂ ଅଧା ଲେମ୍ଭୁ ରସ ପକାନ୍ତୁ,ଦେଢ଼ କପ୍ ପାଣି ସହ ଏହାକୁ ପେଶି ଦିଅନ୍ତୁ।

{"id":137188}

କିନ୍ତୁ ଧ୍ୟାନ ରଖନ୍ତୁ ଗୋଟିଏ ଗ୍ଲାସରୁ ଅଧିକ ଲାଉ ରସ ପିଇବା ଅନୁଚିତ୍ କାରଣ ଏହା କ୍ଷତିକାରକ ମଧ୍ୟ ହୋଇଥାଏ। ଏହା ଦ୍ବାରା ପେଟରେ ରକ୍ତ,ବାନ୍ତି,ଅଲସର,ରକ୍ତ ବାନ୍ତି,ତରଳ ଝାଡ଼ା,ପେଟ ବ୍ୟଥା ଏବଂ କିଡନିରେ ସମସ୍ୟା ଆଦି ଦେଖାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.