ରଙ୍ଗଭରୀ ଏକାଦଶୀରେ ବାହାରିଲା କାଶୀ ବିଶ୍ୱନାଥଙ୍କ ବରଯାତ୍ରୀ, ଏଥରର ଆକର୍ଷଣ ହେଲା ପ୍ରକାଶ ରଘୁବଂଶୀଙ୍କ ୫ ଫୁଟର ନାଉ

Published By : Prameya-News7 Bureau | March 09, 2020 IST

ରଙ୍ଗର ପର୍ବ ହୋଲିକୁ ନେଇ ସାରା ଦେଶ ଏବେ ଉତ୍ସବ ମୁଖର। ଏଥିରେ ଭୋଳାନାଥଙ୍କ ନଗରୀ କାଶୀ ବାଦ ପଡନ୍ତା ବା କିପରି? ରଙ୍ଗଭରି ଏକାଦଶୀରେ କାଶୀରେ ବିଶ୍ୱନାଥଙ୍କ ଭବ୍ୟ ବରଯାତ୍ରୀ ଶୋଭାଯାତ୍ରା ବାହାରି ଥିଲା। ଚଳିତବର୍ଷ ଜନୈକ ଚାଷୀ ତାଙ୍କ ଖେତରେ ଫଳିଥିବା ବିଶାଳ ନାଉ ନେଇ ବିଶ୍ୱନାଥଙ୍କ ମହନ୍ତ ଘରେ ପହଞ୍ଚିଥିଲେ। ଏହି ନାଉର ଉଚ୍ଚତା ଥିଲା  ପ୍ରାୟ ୫ ଫୁଟରୁ ଅଧିକ। ଚାଷୀ  ତାଙ୍କ ଖେତରେ ଫଳିଥିବା ପ୍ରଥମ ନାଉକୁ  ବିଶ୍ୱନାଥଙ୍କୁ  ଅର୍ପଣ କରିଥିଲେ। ଏଣୁ ସେ ନାଉ ନେଇ ଠାକୁରଙ୍କ ବାରାତିରେ ସାମିଲ ହୋଇଥିବା ବେଳେ ଲୋକେ ଏତେବଡ ନାଉ ଦେଖି ଆଶ୍ଟର୍ଯ୍ୟ ହୋଇଯାଇଛନ୍ତି। ତେବେ ଚାଷୀ ଏହି ନାଉକୁଦେଖି ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ଲୋକଙ୍କୁ କହୁଥିବାର ଦେଖାଯାଇଥିଲା। ତାଙ୍କ ଖେତରେ ଏହାଠୁ ବି ବଡ ବଡବଡ ନାଉ ଫଳିଥିବା କହିବା ଲୋକଙ୍କୁ ଅଧିକ ଆଶ୍ଚର୍ଯ୍ୟ କରିଛି।

{"id":235359,"sizeSlug":"large"}

ତେବେ ନାଉକୁ ନେଇ ଲୋକେ ଯେତେ ଆଶ୍ଚର୍ଯ୍ୟବ୍ୟକ୍ତ କରି ନାହାନ୍ତି ଚାଷୀଙ୍କ କଥା କିନ୍ତୁ ଲୋକଙ୍କୁ ଭ୍ରମରେ ପକାଇ ଦେଇଛନ୍ତି। ଚାଷୀ ତାଙ୍କ ବିଲରେ ଯେଉଁ ସାର ଦେଉଛନ୍ତି ତାହା କାଶୀ ବିଶ୍ୱନାଥଙ୍କ ମନ୍ଦିରରୁ ବାହାରୁଥିବା ଛଡା ଫୁଲରୁ ପ୍ରସ୍ତୁତ ସାରରେ ହୋଇଥିବା  କହିଛନ୍ତି। ଠାକୁରଙ୍କ ପାଦୁକ ଓ ଫୁଲକୁ ସେ ଜମା କରି ଖତରେ ପରିଣତ କରିବା ପରେ ବିଲରେ ଦେଇଥିଲେ। ଫଳରେ ବିଲରେ ସର୍ବାଧିକ ୮ରୁ୯ ଫୁଟ ଉଚ୍ଚତାର ନାଉ ଫଳିଥିବା ଚାଷୀ କହିଛନ୍ତି। ସେଚାହୁଁଥିଲେ ବିଲରେ ଫଳିଥିବା ସବୁଠୁ ବଡ ନାଉକୁ ଧରି ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ। ତେବେ ପରିବହନଗତ ସମସ୍ୟା ଯୋଗୁ ତାହା ସମ୍ଭବ ହୋଇନାହିଁ। ତେବେ ବିଲରେ ଫଳିଥିବା ସବୁଠୁ ସାନ ନାଉକୁଧରି ଆସିବାକୁ ବାଧ୍ୟ ହୋଇଥିବା କହିଛନ୍ତି।

{"id":235360,"sizeSlug":"large"}

ଚାଷୀଙ୍କ ନାମ ପ୍ରକାଶ ରଘୁବଂଶୀ ଓ ସେ ବାରଣାସୀ ଜଖିନୀ ଗାଁର ବାସିନ୍ଦା। ସେ ପନିପାରିବା ଚାଷ କରନ୍ତି। ଏଥିଲାଗି ସେ କାଶୀ ବିଶ୍ୱନାଥ ମନ୍ଦିରରୁ ବାହାରୁଥିବା ଠାକୁରଙ୍କ ଛଡା ଫୁଲ ଓ ପାଦୁକ ପାଣିକୁ ଖତରେ ପରିଣତ କରି ବିଲରେ ଦେଉଥିବା ବେଳେ ଚଳିତବର୍ଷ ପ୍ରଥମ ଥର ନାଉ ଚାଷ କରିଥିଲେ। ହେଲେ ଏହି ଥରକରେ ହିଁ ନାଉର ରୂପେ ଦେଖି ସେ ନିଜେ ବି ଆଶ୍ଚର୍ଯ୍ୟ ହୋଇଯାଇଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.