Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ବୋତଲରେ କ୍ଷୀର ପିଉଥିବା ଶିଶୁ ପ୍ରତିଦିନ ୧୦ ଲକ୍ଷରୁ ଅଧିକ ମାଇକ୍ରୋ ପ୍ଳାଷ୍ଟିକ୍‌ ଗିଳି ପକାଏ: ରିପୋର୍ଟ

20/10/2020 at 10:57 PM

ନୂଆଦିଲ୍ଲୀ ୨୦/୧୦: ପ୍ଳାଷ୍ଟିକ୍‌ ଶରୀର ପାଇଁ କ୍ଷତିକାରକ। ଏକଥା ଆମେ ଜାଣିଛନ୍ତି। କିନ୍ତୁ ଆମ ମନରେ ଧାରଣା ଥାଏ ଆମେ ପ୍ଳାଷ୍ଟିକ୍ ଖାଇଦେଲେ ତାହା ଆମ ଶରୀରକୁ କ୍ଷତି ପହଞ୍ଚାଏ। କିନ୍ତୁ ଏକଥା ହୁଏତ ବହୁ କମ୍ ଲୋକ ଜାଣିଥିବେ​ ଯେ ଆମେ ଅଜାଣତରେ ବହୁ ପ୍ଳାଷ୍ଟିକ୍‌ ଗିଳି ପକାଉଛନ୍ତି। ଏବେ ମନରେ ପ୍ରଶ୍ନ ଆସିବା ସ୍ବଭାବିକ ଏମିତି କେମିତି ସମ୍ଭବ ? ଯଦିଓ ଆମେ ପ୍ଳାଷ୍ଟିକ୍‌ର ବଡ଼ ଭାଗ ଖାଉନାହାନ୍ତି କିନ୍ତୁ ଏହାର ମାଇକ୍ରୋ ପାର୍ଟିକିଲ୍‌ ବା ମାଇକ୍ରୋପ୍ଲାଷ୍ଟିକ୍ ଆମ ଶରୀରକୁ ଯାଉଛି।

ଆୟର୍ଲାଣ୍ଡର ବିଶେଷଜ୍ଞ ଦେଇଥିବା ତଥ୍ୟ ଚିନ୍ତାର କାରଣ ପାଲଟିଛି। ପ୍ଲାଷ୍ଟିକ ବୋତଲରେ କ୍ଷୀର ପାନ କରୁଥିବା ଶିଶୁ ଏତେ ପରିମାଣରେ ମାଇକ୍ରୋ ପ୍ଲାଷ୍ଟିକ୍‌ ଗିଳି ପାକାଏ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବିଶେଷଜ୍ଞ ଶିଶୁଙ୍କୁ ଦିଆଯାଉଥିବା ୧୦ ପ୍ରକାର ପ୍ଲାଷ୍ଟିକ୍‌ ବା ପଲିପ୍ରୋପାଇଲିନ୍‌ରେ ନିର୍ମିତ ବୋତଲକୁ ନେଇ ପରୀକ୍ଷା କରିଥିଲେ। ୨୧ ଦିନ ପରୀକ୍ଷଣରେ ବିଶେଷଜ୍ଞ ପାଇଲେ ପ୍ରତି ଲିଟର ପିଛା ଗୋଟିଏ ବୋତଲରୁ ୧୩ ଲକ୍ଷରୁ ୧.୬୨ କୋଟି ପ୍ଲାଷ୍ଟିକର ମାଇକ୍ରୋ ପାର୍ଟିକିଲ୍‌ ବାହାରୁଛି।

ପରେ ଏହି ଡାଟା ସାହାଯ୍ୟରେ ଶିଶୁଙ୍କୁ ପିଆଇବା ପାଇଁ ବ୍ୟବହାର ହେଉଥିବା ବୋତଲରୁ ନିର୍ଗତ ହେଉଥିବା ମାଇକ୍ରୋ ପାର୍ଟିକିଲ୍‌ ଉପରେ ପରୀକ୍ଷା ଆରମ୍ଭ କରିଥିଲେ। ବିଶେଷଜ୍ଞଙ୍କ ଅନୁସାରେ ଷ୍ଟେରଲାଇଜେସନ ଓ ଉଚ୍ଚ ତାପମାତ୍ରା ହିଁ ମାଇକ୍ରୋ ପ୍ଲାଷ୍ଟିକ୍ ଭାଙ୍ଗିବାର ମୁଖ୍ୟ କାରଣ। ବିଶେଷଜ୍ଞଙ୍କ ମତରେ ପ୍ରତି ଦିନ ଜଣେ ଶିଶୁ ବୋତଲରେ କ୍ଷୀର ପିଉଥିବା ବେଳେ ୧୦.୬୦ ଲକ୍ଷ ମାଇକ୍ରୋ ପାର୍ଟିକଲ୍‌ ଆହରଣ କରିଥାଏ। ଏମିତି ଜନ୍ମରୁ ୧୨ ମାସ ମଧ୍ୟରେ ହିଁ ହୋଇଥାଏ।

ଅନ୍ୟପଟେ ବିଶେଷଜ୍ଞ କହିବା କଥା ହେଲା ଏମିତି ଡାଟା ଦେଇ ସେମାନେ ବାପା-ମା’ମାନଙ୍କୁ ଚିନ୍ତାରେ ପକାଇବାକୁ ଚାହୁଁ ନାହାନ୍ତି। କିନ୍ତୁ ମାଇକ୍ରୋପ୍ଲାଷ୍ଟିକ୍ ଗିଳିବା ଦ୍ବାରା ପିଲାମାନଙ୍କ କ୍ଷତି କଣ ହୁଏ ପ୍ରକୃତରେ ତାହା ଜଣାପଡ଼ିନାହିଁ। କିନ୍ତୁ ଏହା ଉପରେ ଆଗାମୀ ଦିନରେ ପରୀକ୍ଷା କରାଯିବ ।

ବିକିଶିତ ଦେଶରେ ଏହି ମାମଲା ଅଧିକ ଦେଖିବାକୁ ମିଳୁଛି। ଉତ୍ତର ଆମେରିକାର ଜଣେ ଶିଶୁ ପ୍ରତିଦିନ ୨୦ ଲକ୍ଷ ମାଇକ୍ରୋ ପାର୍ଟିକିଲ୍‌ ଖାଉଥିବା ବେଳେ ସବୁଠୁ ଅଧିକ ୟୁରୋପରେ ୨୬ ଲକ୍ଷ ମାଇକ୍ରୋ ପାର୍ଟିକିଲ୍‌ ଗିଳିଦିଏ ଜଣେ ଶିଶୁ। ବିକଶିତ ଦେଶରେ ଏହି ମାମଲା ଅଧିକ ଦେଖାଯିବାର କାରଣ ମା’ମାନେ ଶିଶୁଙ୍କୁ ସ୍ତନପାନ କରାନ୍ତି ନାହିଁ। ସବୁ ଶିଶୁଙ୍କୁ ବୋତଲରେ ହିଁ କ୍ଷୀର ପିଇବାକୁ ପଡ଼ୁଥିବାରୁ ମାଇକ୍ରୋ ପ୍ଲାଷ୍ଟିକ୍‌ ଖାଇବାର ମାତ୍ରା ବିକଶିତ ଦେଶରେ ଅଧିକ ରହିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

   Related Posts