Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପୁଅ-ଝିଅଙ୍କର ସମ୍ପତ୍ତି ଅଧିକାର ଅଧା ଅଧା : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବାପାଙ୍କ ସମ୍ପତ୍ତିରେ ଝିଅର ଭାଗ ସମାନ, କୌଣସି ପରିସ୍ଥିତିରେ ବି ସେ ହେବନି ବଞ୍ଚିତ

11/08/2020 at 3:51 PM

ନୁଆଦିଲ୍ଲୀ, ୧୧|୦୮  ଝିଅମାନେ ମଧ୍ୟ ପୈତୃକ ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବେ । ଝିଅମାନଙ୍କୁ ମଧ୍ୟ ଅଧା ସମ୍ପତ୍ତି ମିଳିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।  ହିନ୍ଦୁ ଉତ୍ତରାଧିକାର ଅଧିନିୟମ ୨୦୦୫ ଲାଗୁ ହେବା ପୂର୍ବରୁ ପିତାଙ୍କ ମୃତ୍ୟୁ ହୋଇଗଲେ ମଧ୍ୟ ହିନ୍ଦୁ ମହିଳାଙ୍କୁ ନିଜ ପିତାଙ୍କ ସମ୍ପତ୍ତିର ବରାବର ଅଂଶ ମିଳିବ ।

ସୂଚନାନୁସାରେ, ୨୦୦୫ରେ ଆଇନ ହୋଇଥିଲା ଯେ, ପୁଅ ଏବଂ ଝିଅଙ୍କୁ ପିତାଙ୍କ ସମ୍ପତ୍ତିର ସମ୍ମାନ ଅଧିକାର ମିଳିବ । କିନ୍ତୁ ୨୦୦୫ ପୂର୍ବରୁ ପିତାଙ୍କ ମୃତ୍ୟୁ ହୋଇଥିଲେ ଏହି ନିୟମ ଲାଗୁ ହେବ ନା ନାହିଁ ତାହା ସ୍ପଷ୍ଟ ହୋଇନଥିଲା । ମଙ୍ଗଳବାର ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ବେଞ୍ଚ୍ ନିଷ୍ପତ୍ତି ନେଇଛନ୍ତି ଯେ, ଏହି ନିୟମ ସବୁ ପରିସ୍ଥିତିରେ ଲାଗୁ ହେବ । ପିତାଙ୍କ ଦେହାନ୍ତ ୨୦୦୫ ପୂର୍ବରୁ ହୋଇଥିଲେ ମଧ୍ୟ ଉଭୟ ପୁଅ ଓ ଝିଅଙ୍କୁ ବରାବର ଅଧିକାର ମିଳିବ ।

ସୂଚନାଯୋଗ୍ୟ, ୨୦୦୫ରେ ହିନ୍ଦୁ ଉତ୍ତରାଧିକାର ଆଇନ ୧୯୫୬ରେ ସଂଶୋଧନ କରାଯାଇଥିଲା । ଏଥିରେ ପୈତୃକ ସମ୍ପତ୍ତିରେ ଝିଅଙ୍କୁ ମଧ୍ୟ ବରାବର ଅଂଶ ମିଳିବ ବୋଲି କୁହାଯାଇଥିଲା । ବିବାହ ସହ ଏହାର କୌଣସି ସମ୍ପର୍କ ନାହିଁ । ଝିଅମାନେ ମଧ୍ୟ ପିତାଙ୍କ ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବେ ବୋଲି କୋର୍ଟ କହିଥିଲେ ।

ହିନ୍ଦୁ ଆଇନ ଅନୁସାରେ ସମ୍ପତ୍ତି ୨ ପ୍ରକାରର ହୋଇପାରେ । ଗୋଟିଏ ହେଉଛି ପିତା କିଣିଥିବା ସମ୍ପତି ଓ ଅନ୍ୟଟି ପୈତୃକ ସମ୍ପତ୍ତି । ଯାହା ୪ ପିଢୀ ଧରି ମିଳି ଆସୁଥାଏ । ନିୟମାନୁସାରେ, ପୁଅ କିମ୍ବା ଝିଅ ହେଲେ ମଧ୍ୟ ଏପରି ସମ୍ପତ୍ତି ଉପରେ ବରାବର ଅଧିକାର ରହିବ । ତେବେ ଯଦି ପିତା ନିଜ ଟଙ୍କାରେ ଫ୍ଲାଟ କିମ୍ବା ଘର କିଣିଥାନ୍ତି ତେବେ ସେ ନିଜ ଇଚ୍ଛାରେ ଏହି ସମ୍ପତ୍ତି କାହାକୁ ମଧ୍ୟ ପ୍ରଦାନ କରିପାରିବେ । ଏଥିରେ ଝିଅ ଆପତ୍ତି ପ୍ରକାଶ କରିପାରିବେ ନାହିଁ । ଯଦି ପିତାଙ୍କ ମୃତ୍ୟୁ ଘଟେ ତେବେ ମୃତ୍ୟୁ ପରେ ସମ୍ପତ୍ତି ଉପରେ ଉଭୟ ପୁଅ ଓ ଝିଅଙ୍କ ବରାବର ଅଧିକାର ରହିବ ।

   Related Posts