Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଦୁହେଁ ମୋତେ ବହୁତ ଭଲ ପାଉଛନ୍ତି, କାହାକୁ ବି ମୁଁ ଧୋକା ଦେଇ ପାରିବିନି… ନିଆରା ପ୍ରେମର କାହାଣୀ

7/01/2021 at 8:29 PM

ବସ୍ତର ୦୭।୦୧: ଛତିଶଗଡର ବସ୍ତର ଜିଲ୍ଲାରେ ବିବାହର ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ଯୁବକ ଗୋଟିଏ ମଣ୍ଡପରେ ନିଜର ଦୁଇ ପ୍ରେମିକାକୁ ବିବାହ କରିଛନ୍ତି। ସେ ଉଭୟ ପ୍ରେମିକାଙ୍କ ସହ ଦୀର୍ଘ ଦିନ ହେବ ସଂପର୍କରେ ଥିଲେ। ଜାନୁଆରୀ ୫ରେ ହୋଇଥିବା ବିବାହ ସମାରୋହରେ ୫୦୦ ଅତିଥି ସାମିଲ ହୋଇଥିଲେ। ଚନ୍ଦୁ ମୌର୍ଯ୍ୟଙ୍କ ଏହି ବିବାହ ସମାରୋହର ନିମନ୍ତ୍ରଣ କାର୍ଡ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଚନ୍ଦୁଙ୍କ କହିବା କଥା ଦୁହେଁ ମୋତେ ବହୁତ ଭଲ ପାଉଥିଲେ। ଏଥିପାଇଁ କାହାକୁ ବି ଧୋକା ଦେଇ ପାରିନଥାନ୍ତି। ଏହି ସବୁ ତିନି ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଯେବେ ୨୪ ବର୍ଷୀୟ ଚନ୍ଦୁ ମୌର୍ଯ୍ୟ ଟୋକାପଲ ଅଞ୍ଚଳରେ ବିଜୁଳି ଖମ୍ବ ଖୋଳିବାକୁ ଯାଇଥିଲେ। ସେଠାରେ ତାଙ୍କ ଭେଟ ୨୧ ବର୍ଷୀୟ ସୁନ୍ଦରୀ କଶ୍ୟପଙ୍କ ସହ ହୋଇଥିଲା। ପରସ୍ପର ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇ ଯାଇଥିଲା।

ଦୁହେଁ ମୋବାଇଲ ଫୋନ୍ କିଣି କଥା ହେବା ଆରମ୍ଭ କରି ଦେଲେ। ଏହି ସମୟରେ ଉଭୟ ବିବାହ କରିବାକୁ ମନସ୍ଥ କରିଥିଲେ। ଗୋଟିଏ ବର୍ଷ ପରେ ୨୦ ବର୍ଷୀୟ ଯୁବତୀ ହସିନା ବଘେଲ ଚନ୍ଦୁଙ୍କ ଗାଁରେ ପହଞ୍ଚିଥିଲା। ସେଠାକୁ ସେ ନିଜର ଏକ ସଂପର୍କୀୟଙ୍କ ବିବାହରେ ଯୋଗ ଦେବାକୁ ଆସିଥିଲେ। ଏଠାରେ ଚନ୍ଦୁଙ୍କ ସହ ଦେଖା ହୋଇଥିଲା। ପୁଣି ଉଭୟଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇ ଯାଇଥିଲା। ହସିନା ଚନ୍ଦୁଙ୍କୁ ପ୍ରଥମ ଦେଖାରେ ଭଲ ପାଇ ବସିଥିଲା।

ଯେତେବେଳେ ହସିନା ଚନ୍ଦୁଙ୍କୁ ପ୍ରେମ ନିବେଦନ କଲା, ତେବେ ଚନ୍ଦୁ ପୂର୍ବରୁ ଆଉ ଜଣଙ୍କୁ ଭଲ ପାଉଥିବା କହିଥିଲା। ମାତ୍ର ହସିନା କେବଳ ଫୋନ୍‌ରେ କଥାବାର୍ତ୍ତା ହେବା ବୋଲି ଚନ୍ଦୁଙ୍କୁ କହିଥିଲା। ସମୟକ୍ରମେ ହସିନା ଓ ସୁନ୍ଦରୀ ମଧ୍ୟରେ ଚିହ୍ନା ପରିଚୟ ହୋଇଥିଲା। ହସିନା ସହ ମୋର ସଂପର୍କରେ ସୁନ୍ଦରୀର କୌଣସି ଆପତ୍ତିନଥିଲା। ଫୋନ୍‌ରେ ଆମର କଥାବାର୍ତ୍ତା ଚାଲିଥିଲା। ଏହା ମଧ୍ୟରେ ଦିନେ ହସିନା ମୋ ଘରକୁ ଆସି ରହିବା ଆରମ୍ଭ କରିଥିଲା।

ଯେବେ ସୁନ୍ଦରୀ  ଜାଣିବାକୁ ପାଇଲା ଯେ ହସିନା ଚନ୍ଦୁ ସହ ଘରେ ରହିବା ଆରମ୍ଭ କରି ସାରିଲାଣି, ତେବେ ସେ ମଧ୍ୟ ସେମିତି କରିଥିଲେ। ଏହା ପରଠୁ ତିନି ଜଣ ଗୋଟିଏ ପରିବାର ପରି ରହିବାକୁ ଲାଗିଲେ। ଚନ୍ଦୁର ଘର ଲୋକଙ୍କ ଦୁଇ ଏକର ଜମି ରହିଛି। ଏଥିରେ ଚାଷ କରି ପରିବାର ଭରଣପୋଷଣ କରନ୍ତି। କିଛି ମାସ ପରେ ଗାଁ ଲୋକେ ଚନ୍ଦୁଙ୍କୁ ଲିଭ୍ ଇନ୍ ରିଲେସନସିପ୍‌କୁ ନେଇ ପ୍ରଶ୍ନ କରିବା ଆରମ୍ଭ କରିଥିଲେ। ଏହା ପରେ ଚନ୍ଦୁ ଉଭୟଙ୍କ ସହ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲା।

ଚନ୍ଦୁ କହିଛନ୍ତି ଯେ, ସେ ଲୋକଙ୍କ ପ୍ରଶ୍ନରେ ଦୁଃଖିତ ହୋଇ ଯାଇଥିଲା। ଦୁହେଁ ମୋତେ ବହୁତ ଭଲ ପାଉଥିବାରୁ ଉଭୟଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲି। ମୁଁ ସେମାନଙ୍କୁ ଧୋକା ଦେବାକୁ ଚାହୁଁନଥିଲି। ଦୁହେଁ ମୋ ସହ ରହିବାକୁ ସ୍ଥିର କରିଥିଲେ। ହସିନାଙ୍କ ପରିବାର ଲୋକ ବିବାହ ସମାରୋହକୁ ଆସିଥିବା ବେଳେ ସୁନ୍ଦରୀର ପରିବାର ଲୋକେ ଆସିନଥିଲେ। ସୁନ୍ଦରୀଙ୍କ ମତରେ ସମୟ ଆସିବ ତାଙ୍କ ଘର ଲୋକ ମଧ୍ୟ ମାନିଯିବେ। ହସିନା ଓ ମୁଁ ଚନ୍ଦୁ ସହିତ ବହୁତ  ଖୁସି ଅଛୁ ଏବଂ ସବୁ ଦିନ ପାଇଁ ସାଙ୍ଗରେ ରହିବୁ।

   Related Posts