୨୦୨୦ ଅଲିମ୍ପିକ୍ ଲାଗି ଇଣ୍ଡିଆ ହକିକୁ ଡବଲ ଟିକେଟ୍, ୱିମେନ୍ସ ଟିମ୍ ୬-୫ ଓ ମେନସ ଟିମ୍ ୧୧-୩ ଏଗ୍ରିଗେଟରେ ହେଲେ କ୍ୱାଲିଫାଏ

Published By : Prameya-News7 Bureau | November 02, 2019 IST

ଏଫଆଇଚ୍ ଅଲିମ୍ପିକ କ୍ୱାଲିଫାୟିଙ୍ଗ ମ୍ୟାଚ୍ ରେ ଭାରତୀୟ ହକିର ଉଭୟ ମହିଳା ଓ ପୁରୁଷ ଟିମ୍ ୨୦୨୦ ଟୋକିଓ ଅଲିମ୍ପିକ୍ ରେ ନିଜର ସ୍ଥାନ ସୁନିଶ୍ଟିତ କରିଛନ୍ତି। ଶନିବାର ଭୁବନେଶ୍ୱରରେ ଖେଳାଯାଇଥିବା ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଓମେନ୍ସ ହକି ଟିମ ଆମେରିକାକୁ ୬-୫ ଏଗ୍ରିଗେଟ୍ ସ୍କୋରରେ ପରାସ୍ତ କରି ନିଜର ସ୍ଥାନ ସୁରକ୍ଷିତ କରିଥିବା ବେଳେ ପୁରୁଷ ଟିମ୍ ଋଷିଆକୁ ୧୧-୩ ଏଗ୍ରିଗେଟ୍ ରେ ପରାସ୍ତ କରି ଟୋକିଓ ଅଲିମ୍ପିକରେ ନିଜର ସ୍ଥାନ ପକ୍କା କରିଛି।

{"id":178323,"width":573,"height":425}

ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ରେ ମହିଳା ହକି ଟିମ ଆମେରିକାକୁ ଭେଟିଥିଲା। ଏଥିରେ ଭାରତୀୟ ଟିମ ୪-୧ରେ ପରାଜୟର ସମ୍ମୁଖୀନ ହୋଇଥିଲେ ହେଁ ପୂର୍ବ ମ୍ୟାଚ୍ ରେ ୫-୧ବିଜୟ ଆଧାରରେ ଆମେରିକାକୁ ୬-୫ ଏଗ୍ରିଗେଟ୍ ସ୍କୋରରେ ହରାଇଛି। ଦ୍ୱିତୀୟ ମ୍ୟାଚ୍ ରେ ଅଧିନାୟକ ରାନୀ ରାମପାଲ ଏକମାତ୍ର ନିର୍ଣ୍ଣାୟକ ଗୋଲ ସ୍କୋର କରି ଟିମ ଲାଗି ଅଲିମ୍ପିକ ଟିକେଟ୍ ନିଶ୍ଚିତ କରିଥିଲେ। ରିଓ-ଡି-ଜେନରିଓ ଅଲିମ୍ପିକର ୩୬ ବର୍ଷ ପରେ ଭାରତୀୟ ମହିଳା ହକି ଦଳ ଦ୍ୱିତୀୟବାର ଟୋକିଓ ଅଲିମ୍ପିକରେ ଭାଗ ନେବ।

{"id":178324,"width":576,"height":626}

ସେପଟେ ପୁରୁଷ ହକି ଟିମ୍ ବିଶ୍ୱର ୨୨ ନମ୍ବର ହକି ଟିମ୍ ଋଷିଆକୁ ଭେଟିଥିବା ବେଳେ ୧୧-୩ ଏଗ୍ରିଗେଟ୍ ରେ ପରାସ୍ତ କରି ଅଲିମ୍ପିକରେ ନିଜର ସ୍ଥାନ ସୁନିଶ୍ଚିତ କରିଛି। ପୂର୍ବରୁ ଫାଷ୍ଟ ଲେଗ୍ ରେ ଋଷି ଭାରତ ଠାରୁ ୪-୨ରେ ପରାସ୍ତ ହୋଇଥିଲା। ତେବେ ଶନିବାର ମ୍ୟାଚ୍ ଆରମ୍ଭରୁ ଭାରତ ଖେଳରେ ସାମାନ୍ୟତମ ତ୍ରୁଟି କରିନଥିଲା। ଆକାଶଦୀପ ସିଂହ ୨୩ ଓ ୨୯ ତମ ମିନିଟ୍ ରେ ଲାଗଲାଗ ଗୋଲ ସ୍କୋର କରିଥିବା ବେଳେ ୪୮ ଓ ୫୯ତମ ମିନିଟ୍ ରେ ଗୋଟିଏ କରି ଗୋଲ ସ୍କୋର କରିଥିଲେ। ସେହିପରି ଲଳିତ ଉପାଧ୍ୟାୟ, ନିଲକାନ୍ତ ଶର୍ମା, ଅମିତ ରୋହି ଦାସ ମଧ୍ୟ ପ୍ରତ୍ୟେକ ଗୋଟିଏ କରି ଗୋଲ ସ୍କୋର କରିବା ଋଷିଆକୁ ନିରାଶ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.