Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ମେଡିକାଲରେ ପ୍ରେମ, ମନ୍ଦିରରେ ବାହାଘର: ଫେଲ୍‌ ମାରିଲା ଅପହରଣ ଅଭିଯୋଗ…

4/02/2020 at 7:26 PM

ସମ୍ବଲପୁର୪/୨: ମେଡିକାଲରେ ପ୍ରଥମ ଦେଖାରେ ମନ ଜିଣି ନେଲେ ପ୍ରେମିକ। ତା’ ପରେ ଉଭୟଙ୍କ ଭିତରେ ସଂପର୍କ ନିବିଡ଼ ହେବାକୁ ଲାଗେ। ଶେଷରେ ପ୍ରେମୀଯୁଗଳଙ୍କ ମଧ୍ୟରେ ସ୍ଥାପନ ହୋଇଥିଲା ଶାରୀରିକ ସଂପର୍କ। ସମ୍ବଲପୁରର ଅଇଁଠାପାଲି ଥାନା ଅଞ୍ଚଳର ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଗର୍ଭବତୀ ହୋଇଛନ୍ତି ରାଉକେଲାର ଯୁବତୀ। ଏଭଳି ପରିସ୍ଥିରେ ପ୍ରେମିକ ଓ ପ୍ରେମିକା କାହାକୁ ଖାତିର ନ କରି ମନ୍ଦିରରେ ବିବାହ କରିଛନ୍ତି। ଅନ୍ୟପଟେ ପ୍ରେମିକଙ୍କ ବିରୋଧରେ ଥାନାରେ ଅପହରଣ ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକ। ଏହି ଘଟଣା  ସ୍ଥାନୀୟ ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି  କରିଛି।

କିଛି ତଳେ ସମ୍ବଲପୁରର ଅଇଁଠାପାଲି ଅଞ୍ଚଳର ସୋନୁ ନାମକ ଯୁବକ ତାଙ୍କ ବାପାଙ୍କୁ ରାଉରକେଲାସ୍ଥିତ ଆଇଜିଏଚ୍‌ ମେଡିକାଲରେ ଭର୍ତ୍ତି କରିଥିଲେ। ସେହି ସମୟରେ ରାଉରକେଲାର ପ୍ଳାଣ୍ଟ ସାଇଡ୍‌ର ଜଣେ ଯୁବତୀଙ୍କ ସହ  ସୋନୁଙ୍କର ଦେଖା ସାକ୍ଷାତ ହୋଇଥିଲା। ସେହିଠୁ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସଂପର୍କ।କିଛି ମାସ ସଂପର୍କ ଭିତରେ ଯୁବତୀ ୩ ମାସର ଗର୍ଭବତୀ ହୋଇଥିଲେ।

ତେବେ ପରିବାରର ବିରୋଧ ସତ୍ତ୍ବେ ମନ୍ଦିରରେ ପରସ୍ପର ବିବାହ କରିଥିଲେ। ଅନ୍ୟପଟେ ଝିଅର ପରିବାର​‌ ଲୋକେ ସୋନୁଙ୍କ ବିରୋଧରେ ଥାନାରେ ଅପହରଣ ଅଭିଯୋଗ କରିଥିଲେ। ପୁଅ ଓ ଝିଅ ଉଭୟ ଥାନାରେ ପହଞ୍ଚି  ନିଜର ବୟାନ ଦେଇଥିଲେ। ପ୍ରେମୀଯୁଗଳ ରୋକଠୋକ୍‌ କହିଥିଲେ ଯେ ସେମାନେ ସାବାଳକ ତେଣୁ କେହି କାହାକୁ ଛାଡ଼ି ରହି ପାରିବେ ନାହିଁ। ଗଣମାଧ୍ୟମ ଓ ପୋଲିସ ସାମ୍ନାରେ ପ୍ରେମୀଯୁଗଳ ଏଭଳି ବୟାନ ଦେବା ପରେ ପୋଲିସ୍‌ ଓ ଝିଅଘର ଲୋକ ହରଡ଼ଘଣାରେ ପଡ଼ିଯାଇଥିଲେ।

   Related Posts