ଅଣ୍ଡା ବନାମ୍ ପନିର୍ : ପ୍ରୋଟିନ୍ ସ୍ରୋତ ସହ ଓଜନ କମ୍ କରିବାରେ ସହାୟକ, ଜାଣନ୍ତୁ କେଉଁଟି ଭଲ

Published By : Prameya-News7 Bureau | October 13, 2020 IST

ଭୁବନେଶ୍ୱର ୧୩/୧୦ : ଯଦି ଆପଣ ଓଜନ କମାଇବାକୁ ଚେଷ୍ଟା କରୁଛନ୍ତି କିମ୍ବା ମାଂସପେଶୀ ମଜବୁତ କରିବାକୁ ଚାହୁଁଛନ୍ତି ତାହେଲେ ଡାଏଟରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମିଲ୍ କରିବାକୁ ହେବ। ଶରୀର ପାଇଁ ପ୍ରୋଟିନର ଅନେକ ମହତ୍ୱ ରହିଛି। ହାଡ ଓ ମାଂସପେଶୀ ମଜବୁତ କରିବାକୁ ପ୍ରୋଟିନ୍ ଆବଶ୍ୟକ। ଶରୀରରେ ଅନ୍ୟ କାର୍ଯ୍ୟ କରିବାରେ ମଧ୍ୟ ଏହାର ମହତ୍ଵପୂର୍ଣ୍ଣ ଭୂମିକା ରହିଛି।

{"id":343849,"sizeSlug":"large"}

ଅଣ୍ଡା ଓ ପନିର୍ ଉଚ୍ଚ ଗୁଣବତ୍ତା ଯୁକ୍ତ ପ୍ରୋଟିନର ପ୍ରମୁଖ ସ୍ରୋତ। ପ୍ରୋଟିନ୍ ଛଡା, ଅଣ୍ଡା ପନିର୍ ସେବନ ଦ୍ୱାରା ଶରୀରକୁ ଜରୁରୀ ପୋଷାକ ତତ୍ତ୍ୱ ଯେପରିକି କ୍ୟାଲସିୟମ୍, ଭିଟାମିନ୍-ବି୧୨ ଓ ଆଇରନ୍ ମିଳିଥାଏ। ଶାକାହାରୀଙ୍କ ପାଇଁ ପନିର୍ ପ୍ରୋଟିନର ମହତ୍ଵପୂର୍ଣ୍ଣ ସ୍ରୋତ। କିନ୍ତୁ ମାଂସାହାରୀଙ୍କ ପାଇଁ ଅଣ୍ଡା ଓ ପନିର୍ ମଧ୍ୟରୁ ଯେକୌଣସି ଗୋଟିଏକୁ ଚୟନ କରିବାର ବିକଳ୍ପ ରହିଛି। ତେବେ ଅଣ୍ଡା ଓ ପନିର୍ ମଧ୍ୟରୁ କାହାକୁ ପ୍ରାଥମିକତା ଦେବା ଉଚିତ ଜାଣନ୍ତୁ

{"id":343845,"sizeSlug":"large"}

ଅଣ୍ଡା - ଅଣ୍ଡା ବହୁତ ଉପଯୋଗୀ ଓ ପ୍ରୋଟିନ୍ ହାସଲ କରିବାର ସବୁଠାରୁ ଶସ୍ତା ସ୍ରୋତ। ଅଣ୍ଡାର ମହତ୍ୱ ଓଜନ କମ୍ କରିବାରେ ମଧ୍ୟ ଲୋକପ୍ରିୟ ଖାଦ୍ୟ। ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ହୋଇଥିବାରୁ ଅଣ୍ଡାକୁ ସୁପର୍ ଫୁଡ୍ ମଧ୍ୟ କୁହାଯାଏ। ଗୋଟିଏ ସିଝା ଅଣ୍ଡାରୁ ପ୍ରୋଟିନ୍ ୫.୫ ଗ୍ରାମ୍, ଫ୍ୟାଟ୍ ୪.୨ ଗ୍ରାମ୍, କ୍ୟାଲସିୟମ୍ ୨୪.୬ ମିଲିଗ୍ରାମ୍, ଆଇରନ୍ ୦.୮ ମିଲିଗ୍ରାମ୍ ଓ ମ୍ୟାଗନେସିୟମ୍ ୫.୩ ମିଲିଗ୍ରାମ ମିଳିଥାଏ।

{"id":343846,"sizeSlug":"large"}

ପନିର୍ - ପନିର୍ ଏକ ଲୋକପ୍ରିୟ ଡାଏରୀ ପ୍ରଡକ୍ଟ। ଅଣ୍ଡା ଭଳି ପନିରକୁ ମଧ୍ୟ ଭିନ୍ନ ତରିକାରେ ଡାଏଟରେ ସାମିଲ୍ କରାଯାଇପାରିବ। ପାଣିରେ ପନିର୍ ସ୍ୟାଣ୍ଡୱିଚ୍, ଟୀକ୍କା କିମ୍ବା ତରକାରୀ କରି ଖାଇପାରିବେ। ପନିରରେ ପ୍ରୋଟିନ୍ ୭.୫୪ ଗ୍ରାମ୍, ଫ୍ୟାଟ୍ ୫.୮୮ ଗ୍ରାମ୍, କରବହାଇଡ୍ରେଟ୍ସ ୪.୯୬ ଗ୍ରାମ୍, ଫୋଲେଟ୍ସ ୩୭.୩୨ ମାଇକ୍ରୋଗ୍ରାମ୍ ଓ କ୍ୟାଲସିୟମ୍ ୧୯୦.୪ ମିଲିଗ୍ରାମ୍ ରହିଛି।

{"id":343847,"sizeSlug":"large"}

ଅଣ୍ଡା ବନାମ ପନିର - ଅଣ୍ଡା ଓ ପନିରରେ ପାଖାପାଖି ସମାନ ମାତ୍ରାରେ ପୋଷାକ ତତ୍ତ୍ୱ ରହିଛି। ପ୍ରୋଟିନ୍ ଛଡା ଭିଟାମିନ୍ ବି12, ଆଇରନ୍, କ୍ୟାଲସିୟମ୍ ମଧ୍ୟ ରହିଛି। ଏହାଦ୍ୱାରା ଆମକୁ ସୁସ୍ଥ ଶରୀର ପ୍ରଦାନ କରିବା ସହ ଓଜନ ହ୍ରାସ କରାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଉଭୟ ଅଣ୍ଡା ଓ ପନିର୍ ସେବନ ଦ୍ୱାରା ମାଂସପେଶୀ ମଜବୁତ ହୋଇଥାଏ। ଓଜନ କମ୍ କରିବା ଉଦ୍ଦେଶ୍ୟରେ ମଧ୍ୟ ଅଣ୍ଡା ଓ ପନିର୍ ସେବନ କରାଯାଇଥାଏ। ତେବେ ଉଭୟର ସ୍ୱାସ୍ଥ୍ୟଗତ ଗୁଣ ଥିବାରୁ କେଉଁଟି ବେଶୀ ହିତକର ତାହା କହିବା ମୁସକିଲ୍। ଉଭୟ ଅଣ୍ଡା ଓ ପନିରକୁ ଆପଣ ନିଜ ଡାଏଟରେ ଭିନ୍ନ ଭିନ୍ନ ତରିକାରେ ସାମିଲ୍ କରି ଫାଇଦା ଉଠାଇ ପାରିବେ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.