Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ବିଧାନସଭା ଅଧାରୁ ବନ୍ଦ ନେଇ ତାତିଲେ ବିରୋଧୀ : ବିଜେପି କହିଲା ଅଭିଯୋଗ ଲୁଚାଇବା ପାଇଁ ବନ୍ଦ କରିଦେଲେ, ସେପଟେ କଂଗ୍ରେସ କହିଛି ଏହା ଦୁର୍ଭାଗ୍ୟଜନକ

29/11/2019 at 2:11 PM

ଭୁବନେଶ୍ବର ୨୯।୧୧: ବିଧାନସଭା ଶୀତ ଅଧିବେଶନ ଅଧାରୁ ବନ୍ଦ କରାଯିବା ନେଇ ଆଜି ବି ରାଜନୈତିକ ମାହୋଲ ସରଗରମ ରହିଛି । ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ସାମ୍ବାଦିକ ସମ୍ମିଳନୀ କରି ବିଜେପି ଓ କଂଗ୍ରେସ ଉଭୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ବିଜେପି କହିଛି ସରକାରଙ୍କ ବିରୋଧରେ ନାନାଦି ଅଭିଯୋଗ ଆସିବା ପରେ ଏ ସବୁକୁ ଲୁଚାଇବା ପାଇଁ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ କରିଦିଆଗଲା । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ବିବାଦ, ସିଭି ରମଣ ବିଶ୍ବବିଦ୍ୟାଳୟ ପ୍ରସ୍ତାବିତ ବିଲ୍ ଆଦିକୁ ନେଇ ପ୍ରଶ୍ନର ସାମ୍ନା ନକରି ସରକାର ଅଧାରୁ ଗୃହକୁ ମୁଲତବୀ କରିଦେଲେ ।

ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ବିଜନେସ୍ ଆଡଭାଇଜରୀ କମିଟିରେ ଏ ସଂପର୍କରେ ଆଲୋଚନା ନକରି ଗୃହକୁ ଆଗୁଆ ବନ୍ଦ କରିଦିଆଗଲା ଯାହାକି ଦୁର୍ଭାଗ୍ୟର ବିଷୟ ।

ସେପଟେ ଗତକାଲି ଶାସକ ଦଳ ସ୍ପଷ୍ଟ କରିଥିଲା ଯେ, ଗୃହରେ ସରକାରୀ କାର୍ଯ୍ୟ ନଥିବାରୁ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ କରିବାକୁ ପ୍ରସ୍ତାବ ରଖାଯାଇଥିଲା । ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପାଲଟା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, କେହି ନିଜ ସଂପର୍କୀୟଙ୍କୁ କେଉଁଠାକୁ ନିଜ ଖର୍ଚ୍ଚରେ ଗଲେ କଣ ବିଜେପିକୁ ପଚାରିକି ଯିବେ ବୋଲି ସେ ପଚାରିଛନ୍ତି ।

   Related Posts