Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଦୁଇ ପୁଅ କରୋନା ପଜିଟିଭ୍‌, ତଥାପି ନକଲି ନେଗେଟିଭ୍‌ ରିପୋର୍ଟ କରି ରାତାରାତି ଆମେରିକା ଉଡ଼ିଗଲା ପରିବାର

29/11/2021 at 7:58 PM

ଜୟପୁର ୨୯/୧୧: ଆମେରିକାରୁ ଆସି ପରିବାର ସହ ତୀର୍ଥ ବୁଲିଲେ। ଶେଷରେ କରୋନା ନେଇ ବିମାନରେ ଉଡ଼ିଗଲେ ଆମେରିକା । ଏହାକୁ ନେଇ ରାଜସ୍ଥାନରୁ ଦିଲ୍ଲୀ, ଚାଞ୍ଚଲ୍ୟ ଖେଳିଯାଇଛି । ରାଜସ୍ଥାନ ଜୟପୁରର ଏହି ପରିବାର ଲୋକଙ୍କୁ ନେଇ ପ୍ରଶାସନର ଚିନ୍ତା ବଢ଼ିଥିବା ବେଳେ ଏପରି ଏକ ଗୁରୁତର ଅବହେଳାକୁ ନେଇ ପ୍ରଶ୍ନ ଉଠିଛି। ମିଳିଥିବା ସୂଚନା ଅନୁସାରେ, ଏହି ପରିବାର ମୂଳତଃ ଜୟପୁରର ବାସିନ୍ଦା ।  ୧୫ ଦିନ ପୂର୍ବରୁ ଦୁଇ ପୁଅଙ୍କୁ ନେଇ ପରିବାର ଲୋକଙ୍କୁ ଭେଟିବାକୁ ଭାରତ ଆସିଥିଲେ।

ଏହି ସମୟରେ ପରିବାରର ସମସ୍ତ ସଦସ୍ୟ ମିଶି ଜାମ୍ମୁ-କଶ୍ମୀରର ବୈଷ୍ଣୋ ଦେବୀ ମନ୍ଦିର ଦର୍ଶନ କରିବା ପରେ ରାଜସ୍ଥାନର ବିକାନେର ବୁଲିବାକୁ ଯାଇଥିଲେ । ଆମେରିକା ଫେରିଯିବା ପୂର୍ବରୁ ଜୟପୁରର ଏକ ଘରୋଇ ଲ୍ୟାବରେ ଆରଟି ପିସିଆର ଟେଷ୍ଟ କରାଇଥିଲେ। ରିପୋର୍ଟ ଆସିବା ପରେ ଜଣାପଡ଼ିଲା ଯେ ଦୁଇ ପୁଅ କରୋନା ସଂକ୍ରମିତ ଅଛନ୍ତି। ଏନେଇ ଜୟପୁର ସିଡିଏମଓ ଡାକ୍ତର ନରୋତ୍ତମ ଶର୍ମା କହିଛନ୍ତି, ପରିବାର ଲୋକେ ନିଜକୁ କ୍ବାରେଣ୍ଟାଇନ୍‌ କରିବା ପରେ ରବିବାର ଭୋର ୨ଟାରେ ନୂଆଦିଲ୍ଲୀରୁ ଆମେରିକା ଉଡ଼ାଣ ଭରିଥିଲେ।

ଏଭଳି ଗୁରୁତର ଅବହେଳା କରିବା ଦ୍ବାରା ବିମାନରେ ଥିବା ବାକି ଯାତ୍ରୀ ମଧ୍ୟ ବିପଦରେ ପଡ଼ିବେ ବୋଲି ସେ କହିଛନ୍ତି । ଡାକ୍ତର ଶର୍ମାଙ୍କ ଅନୁସାରେ, ପରିବାରର ସମ୍ପର୍କୀୟ ବାଣୀପାର୍କ ଅଞ୍ଚଳରେ ଅଛନ୍ତି । ସେମାନଙ୍କ ସହାୟତାରେ ଦୁଇ ପୁଅଙ୍କ ପାଇଁ ଜଣେ ଶିଶୁରୋଗ ବିଶେଷଜ୍ଞଙ୍କ ଠାରୁ ନକଲି କରୋନା ନେଗେଟିଭ୍‌ ରିପୋର୍ଟ ପରିବାର ତିଆରି କରିଥିବା ସେ ଅଭିଯୋଗ କରିଛନ୍ତି। ରବିବାର ସନ୍ଧ୍ୟାରେ ମେଡିକାଲ୍‌ ଟିମ୍‌ ବାଣୀପାର୍କ ସ୍ଥିତ ସେମାନଙ୍କ ସମ୍ପର୍କୀୟଙ୍କ ଘ​‌ରେ କଣ୍ଟାକ୍ଟ ଟ୍ରେସିଂ ପାଇଁ ପହଞ୍ଚିବା ପରେ ସମସ୍ତ ଘଟଣା ପଦାକୁ ଆସିଥିଲା। ତାପୂର୍ବରୁ ଭୋର ୨ଟାରୁ ପରିବାର ଦୁଇ ସଂକ୍ରିମିତ ପୁଅଙ୍କୁ ନେଇ ଆମେରିକା ଚାଲିଯାଇଥିଲେ ।

   Related Posts