ବେକାରୀ ସମସ୍ୟା ନେଇ ଆଜି ରାଜରାସ୍ତାକୁ ଓହ୍ଲାଇବ ଉଭୟ ବିଜେଡି ଓ ବିଜେପି

Published By : Prameya-News7 Bureau | November 05, 2018 IST

ଭୁବନେଶ୍ବର ୫|୧୧:  ବେକାରୀ ସମସ୍ୟାକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇବ ଉଭୟ ବିଜେଡି ବିଜେପି । ନିଯୁକ୍ତି ନେଇ ରାଜ୍ୟ ସରାକରଙ୍କ ଉପରେ ବିଜେପି ଦୋଷ ଲଦୁଥିବା ବେଳେ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛି ବିଜେଡି । ୧୮ ବର୍ଷ ଭିତରେ ବିଜେଡି ସରକାର ନିଯୁକ୍ତି ଦେବାରେ ଫେଲ ମରିଥିବା ବିଜେପି ଅଭିଯୋଗ କରିଛି । ଯାହାକୁ ନେଇ ଆଜି ଏମ୍ପଲୟମେଣ୍ଟ ଏକ୍ସଜେଞ୍ଜ ଆଗରେ ତାଲା ପକାଇବାକୁ ଡାକରା ଦେଇଛି ବିଜେପି । ସେହିପରି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଗରେ ବିଜେଡି ଯୁବ ଓ ଛାତ୍ର ବିକ୍ଷୋଭ କରିବ । ୨୦୧୪ରେ ଏମ୍ପୟମେଣ୍ଟ ଏକ୍ସଚେଞ୍ଜରେ ୨ଲକ୍ଷ୨୮ ହଜାର ଯୁବକ ଯୁବତୀ ପଞ୍ଜୀକରଣ କରିଥିଲେ । ସେମାନଙ୍କ ଭିତରୁ ମାତ୍ର ୧୧୪୪ ଜଣ ନିଯୁକ୍ତି ପାଇଛନ୍ତି । ନିଯୁକ୍ତି ମେଳା ନାଁ ୪୦ହଜାର ଯୁବକ ଯୁବତୀଙ୍କଠାରୁ ୧୦୦ଟଙ୍କା ଲେଖାଏଁ ଆଦାୟ ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛି ବିଜେପି । ସେପଟେ ୨କୋଟି ଯୁବକ ଯୁବତୀଙ୍କୁ ନିଯୁକ୍ତ ଦେବା ନେଇ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା କୁଆଡ଼େ ଗଲା ବୋଲି ଓଲଟା ପ୍ରଶ୍ନ କରଛି ବିଜେଡି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.