ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲେ ବିଜେଡି ଓ ବିଜେପି, ବୁଥ୍ କ୍ୟାପରିଂ ଅଭିଯୋଗ

Published By : Prameya-News7 Bureau | July 19, 2019 IST

ଭୁବନେଶ୍ବର ୧୯|୭:  ମୁକ୍ତ ଓ ନିରପେକ୍ଷ ନିର୍ବାଚନ କରିବା ଲାଗି ଅଣ୍ଟା ଭିଡ଼ିଛି ପ୍ରସାସନ।  ଏଣେ କିନ୍ତୁ ପରସ୍ପର ବିରୋଧରେ ଫେରାଦ ହୋଇଛନ୍ତି ବିଜେଡି ଓ ବିଜେପି ।   ଉଭୟ ପରସ୍ପର ବିରୋଧରେ ବୁଥ୍  କ୍ୟାପରିଂ  ଅଭିଯୋଗ କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲା  ବିଜୁ ମହିଳା ଜନତା ଦଳ।  ବିଜେପି ବୁଥ କ୍ୟାପଚର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିବା ସହ ସମ୍ବେଦନଶୀଳ ବୁଥଗୁଡ଼ିକରେ ଅଧିକ ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି କରିଥିଲା ।  ସିସିଟିଭି କ୍ୟାମେରା ଲଗାଇବା ପାଇଁ ମଧ୍ୟ କହିଛି। ସେହିପରି ପୋଲିସ ଡିଜିଙ୍କୁ ଭେଟି ମଧ୍ୟ ଅନୁରୂପ ଦାବି କରିଛି ବିଜେଡି। କିଛି ସମୟ ପରେ ବିଜେପି ଟିମ୍ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକରୀଙ୍କୁ ଭେଟିଥିଲା।  ସାଇଲେଣ୍ଟ ପିରିୟଡରେ ବି ବିଜେଡି ନେତାମାନେ ପାଟକୁରାରେ ଅଛନ୍ତି  ଏବଂ ବୁଥ କ୍ୟାପଚର କରିବା ଲାଗି ଯୋଜନା କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.