Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଆଗ ପଛ ହୋଇ ଚାଲିଗଲେ, ରହିଗଲା ଏକ ଅନନ୍ୟ ମିଳନର ସ୍ମୃତି

21/07/2020 at 8:25 PM

ଭୁବନେଶ୍ବର୨୧/୭: ଅବସରପ୍ରାପ୍ତ IAS ଅଫିସର ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ସେ କ୍ୟାନସର ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ସେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ବକ୍ସ ଅଫିସରେ ସୁପର ହିଟ୍ ଫିଲ୍ମ ଚକା ଆଖି ସବୁ ଦେଖୁଛି । ଗୋଟିଏ ସିନ୍‌ରେ ଦୁଇ କଳାକାରଙ୍କର ଆଗପଛରେ ହୋଇଛି ଦେହାନ୍ତ । ବିଜୟ ମହାନ୍ତିଙ୍କ  ଅପୋଜିଟ୍‌ରେ ଥିବା ଅଭିନେତା ଥିଲେ ପ୍ରିୟ ବ୍ରତ ପଟ୍ଟନାୟକ । ପରଦାରେ କଲେକ୍ଟର ହୋଇଥିବା ପ୍ରିୟବ୍ରତ ନିଜେ ସେତେବେଳେ ଜିଲ୍ଲାପାଳ ଥିଲେ।  

ବାସ୍ତବ ଜୀବନରେ ପ୍ରିୟବ୍ରତ ପଟ୍ଟନାୟକ ଏମିତି ଜଣେ ଅଧିକାରୀ ଥିଲେ ଯେଉଁଠିକୁ ସେ ଯାଉଥିଲେ ସେଠାରେ ନିଜର ଛାପ ସେ ଛାଡ଼ିଯାଇଛନ୍ତି । ଚାକିରି ଆରମ୍ଭରୁ ବାଲେଶ୍ବରରେ ସେ କାମ କରିଥିଲେ। ତେଣୁ ପ୍ରିୟବ୍ରତଙ୍କୁ ଆଜିବି ମନେ ପକାଉଛନ୍ତି ବାଲେଶ୍ବର ବାସୀ।  କ୍ୟାନସରରେ ପୀଡିତ ପ୍ରିୟବ୍ରତ ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୬୭ବର୍ଷ ହୋଇଥିଲା । ଜଣେ ଦକ୍ଷ ପ୍ରଶାସକ ହିସାବରେ ପ୍ରିୟବ୍ରତଙ୍କ ନିଆରା କାର୍ଯ୍ୟଶୈଳୀ ଅନେକଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି। ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରିୟବ୍ରତଙ୍କ ମୃତ୍ୟୁ ଘଟିଛି  । ତାଙ୍କ ମରଶରୀର ଭୁବନେଶ୍ବର ଅଣାଯାଇ ଶେଷକୃତ୍ୟ ସଂପନ୍ନ କରାଯିବ।

   Related Posts