ଖୋଲିଲା ବଟାନିକାଲ ଗାର୍ଡେନ୍: ବଣଭୋଜି ପାଇଁ ମିଳିଲା ଅନୁମତି
9/01/2021 at 4:19 PM

ବାରଙ୍ଗ୯/୧: ରାଜ୍ୟ ଉଦ୍ଭିଦ ଉଦ୍ୟାନ ଦୀର୍ଘ ୯ ଧରି ବନ୍ଦ ରହିଥିଲା। ବଟାନିକାଲରେ ବଣଭୋଜି ପାଇଁ ପାର୍କ କର୍ତ୍ତୁପକ୍ଷ ଅନୁମତି ଦେଇଛନ୍ତି। ଅନୁମତି ମିଳିଲା ପରେ ଆଜି କମ୍ ସଂଖ୍ୟା ପର୍ଯ୍ୟଟକ ଏଠାରେ ଭୋଜି-ଭାତର ଆୟୋଜନ କରିଥିଲେ। ପର୍ଯ୍ୟଟକ ଏଠାରେ ଥିବା ରୋଜ ଗାର୍ଡେନ୍, ବଟର ଫ୍ଲାଏ ଗାର୍ଡେନ୍, ଗ୍ଲାସ ହାଉସ ଆଦି ଦେଖିବା ସହିତ ନିଜ ହାତେ ରାନ୍ଧି ଖିଆପିଆ କରିବାର ମଜା ଉଠାଇଛନ୍ତି।
ମାତ୍ର ପୁନପ୍ରଚଳନ ହେବାର ଆଜି ଥିଲା ପ୍ରଥମ ଦିନ, ଏଥିପାଇଁ କମ୍ ପର୍ଯ୍ୟଟକ ଆସି ଏକାଏକା ଅନୁଭବ କରିଛନ୍ତି। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ, ସଫାସୁତୁରା ପିଣ୍ଡି, ସୁରକ୍ଷା ବାହୀନି ମୁତୟନ କରାଯିବା ସହିତ କୋଭିଡ ନିୟମକୁ କଡାକଡି ପାଳନ କରିବା ପାଇଁ କର୍ତ୍ତୁପକ୍ଷ ସଜାଗ ରହିଛନ୍ତି ବୋଲି ପାର୍କ ଦାୟିତ୍ବରେ ଥିବା ସହ ନିର୍ଦ୍ଦେଶକ କହିଛନ୍ତି।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021