ଗୋଟିଏ ଡ୍ରେସ୍‌ରେ କଟିଲା ୧୦୦ଦିନ : ଏମିତି ରେକର୍ଡ କରି ପାଇଲେ ପୁରସ୍କାର

Published By : Prameya-News7 Bureau | January 09, 2021 IST

ବୋଷ୍ଟନ ୯।୧: ଯଦି ଆପଣଙ୍କ ପଚରାଯାଏ ଗୋଟିଏ ଡ୍ରେସ୍ ପିନ୍ଧି କେତେ ଦିନ ରହିପାରିବେ ତେବେ ଆପଣଙ୍କ ଉତ୍ତର ଅଧିକରୁ ଅଧିକ ତିନି ଦିନ ହେବ । ମାତ୍ର କ’ଣ ଆପଣ ଜାଣିଛନ୍ତି ବୋଷ୍ଟନର ସାରା ରବିନ୍ସ ଗୋଟିଏ ଡ୍ରେସ୍ କୁ ୩ ମାସରୁ ଅଧିକ ଅର୍ଥାତ୍ ୧୦୦ ଦିନ ପର୍ଯ୍ୟନ୍ତ ପିନ୍ଧିଛନ୍ତି । ଏହା କରି ସେ ରେକର୍ଡ ସୃଷ୍ଟି କରିଛନ୍ତି ।

{"id":389337,"sizeSlug":"large","linkDestination":"none"}

ବୋଷ୍ଟନରେ ଲଗାତର ୧୦୦ ଦିନ ଧରି ଗୋଟିଏ ଡ୍ରେସ୍ କୁ ଭିନ୍ନ ଷ୍ଟାଇଲରେ ପିନ୍ଧିଥିଲେ । ସେ ସେହି ଟପ୍ କୁ କେବେ ସ୍କଟ୍ ସହ ତ କେବେ ପ୍ୟାଣ୍ଟ୍ ସହ ପିନ୍ଧିଥିଲେ । ସେ ୨୦୨୦ ମସିହା ୧୬ ଡିସେମ୍ବରରେ ୧୦୦ ଦିନିଆ ଡ୍ରେସ୍ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିଥିଲେ । ଦ ମିରରର ରିପୋର୍ଟ ଅନୁସାରେ ସେ ସେହି ଡ୍ରେସ ପିନ୍ଧି ୧୦ ଦିନ ପର୍ଯ୍ୟନ୍ତ ତାଙ୍କର ସମସ୍ତ କାମ କରିଥିଲେ ଏବଂ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

{"id":389338,"sizeSlug":"large","linkDestination":"none"}

ସାରା କହିଛନ୍ତି ଯେ, ‘ଏମିତି କରିବା ମୋତେ ଆଗକୁ ବଢିବାରେ ପ୍ରେରିତ କରିଛି । ୨୦୨୧ ଜାନୁଆରୀ ୧ରୁ ୨୦୨୨ ଜାନୁଆରୀ ୧ ତାରିଖ ମଧ୍ୟରେ ଡ୍ରେସ୍ କିମ୍ବା ଜିନିଷ କିଣିବିନି । ମୋ ବୟସ ହିସାବରେ ମୋ ପାଖରେ ଅଲଗା ଅଲଗା କାର୍ଯ୍ୟାକ୍ରମକୁ ଯିବା ପାଇଁ ଡ୍ରେସ୍ ଆଲମିରାରେ ରହିଛି । ମୁଁ ମୋ ଆଲମିରାକୁ ସଫା କରିବାକୁ ଘୋଷଣା କରୁଛି । ମୁଁ ଅପେକ୍ଷା କରିବି ଆଉ ଦେଖିବି ଯେ ଆଗାମୀ ବର୍ଷ ମୁଁ କଣ ପିନ୍ଧୁଛି ।’

{"id":389339,"sizeSlug":"large","linkDestination":"none"}

ସାରା ୨୦୨୦ ସେପ୍ଟମ୍ବର ୧୬ ତାରିଖରେ ୧୦୦ ଦିନିଆ ଡ୍ରେସ୍ ଚ୍ୟାଲେଞ୍ଜରେ ସାମିଲ ହୋଇଥିଲେ । କାରଣ ସେ ବିନା ଲାଟେଷ୍ଟ ଫ୍ୟାଶନରେ ରହିପାରିବେ । ଡ୍ରେସ୍ ଅଧିକ ଧୋଇଲେ ପୃଥିବୀକୁ ହେବାକୁ ଥିବା କ୍ଷତିରୁ ବଞ୍ଚାଇବାକୁ ସାହାଯ୍ୟ କରିପାରିବ । ଏହି ଡ୍ରେସ୍ ଚ୍ୟାଲେଞ୍ଜରେ ଯେଉଁମାନେ ଭାଗ ନେଇଥିଲେ ସେମାନଙ୍କୁ ବିଜୟୀ ହେବା ପରେ ଡ୍ରେସ୍ କିଣିବାକୁ ୧୦୦ ଆମେରିକୀୟ ଡଲାରର ଭାଉଚର ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.