ରେଷ୍ଟୁରାଣ୍ଟର ରୋବୋଟ୍ ରୋଷେୟା, ତିଆରି କରୁଛନ୍ତି ଟେଷ୍ଟି ଏବଂ ହାଇଜେନିକ ଖାଦ୍ୟ, ଜମୁଛି ଭିଡ

Published By : Prameya-News7 Bureau | June 24, 2020 IST

ବୋଷ୍ଟନ :  ରନ୍ଧନ କଳା କି ବିଜ୍ଞାନ ତାହା ଏବେ ମଧ୍ୟ ବିତର୍କର ବିଷୟ। ତେବେ ଅଟୋମେସନ କ୍ଷେତ୍ରରେ ଗବେଷଣା କିନ୍ତୁ  ବିତର୍କର ସୁ ସମାଧାନ କରିଥିବା ଜଣାଯାଏ। ବୋଷ୍ଟନର ‘ସ୍ପାଇସ୍’ ରେଷ୍ଟୁରାଣ୍ଟ ସେଫ୍‌ମାନଙ୍କ ସ୍ଥାନରେ ରୋବୋଟ୍‌ଙ୍କୁ ନିୟୋଜିତ କରିଥିବା ବେଳେ ନିଜର ଦାୟିତ୍ୱ କିନ୍ତୁ ରୋବୋଟ୍‌ମାନେ ବେଶ୍ ନିର୍ବାହ କରୁଥିବା ଦେଖାଯାଇଛି।

{"id":290901,"sizeSlug":"large"}

'ରୋଷେଇ ସ୍ୱତଃ ପ୍ରବୃତ୍ତ ନୁହେଁ ସମ୍ପୂର୍ଣ୍ଣ ଏକ ବିଜ୍ଞାନ' ତାହା ପ୍ରମାଣିତ କରିବା ଲାଗି ମାସାଚୁସେଟ୍ ଇନିଷ୍ଟିଚ୍ୟୁଟ୍ ଅଫ ସାଇନ୍ସର ପାଖାପାଖି ୨୦ ଜଣ ରୋବୋଟିକ୍ ଇଞ୍ଜିନିୟରଙ୍କ ଏକ ସମୂହ ବୋଷ୍ଟନ ସହରରେ ଏହି ରେଷ୍ଟୁରାଣ୍ଟ ଆରମ୍ଭ କରିଛନ୍ତି।  ମିଶେଲିନ୍ ଷ୍ଟାର ସେଫ୍ ଡାନିୟେଲ ବାଉଲ୍ଡଙ୍କ ସହ ପାର୍ଟନରସିପ୍‌ରେ ଆରମ୍ବ ହୋଇଥିବା ଏହି  ରେଷ୍ଟୁରାଣ୍ଟଟି ଏବେ ଏହା ପ୍ରମାଣିତ କରୁଥିବା ବେଲେ ରୋବୋଟଙ୍କ ହାତ ରନ୍ଧା ଲାଗି ଜମୁଛି ବେଶ ଭିଡ। 

{"id":290902,"sizeSlug":"large"}

ରେଷ୍ଟୁରାଣ୍ଟର ସଂସ୍ଥାପକମାନେ ମାନବ ସେଫ୍‌ଙ୍କ ସ୍ଥାନରେ ଏକ କାଳୀନ ୭ଟି ରୋଷେଇ ପାତ୍ର ସମେତ ସ୍ୱୟଂଚାଳିତ ରୋବୋଟଙ୍କୁ ନିୟୋଜିତ କରିଥିବା ବେଳେ ସେମାନେ ୩ ମିନିଟ୍‌ ଅଥବା ତାଠୁ ସ୍ୱଳ୍ପ ସମୟରେ ଭୋଜନ ପ୍ରସ୍ତୁତ କରିଦେଇପାରୁଛନ୍ତି। ରେଷ୍ଟୁରାଣ୍ଟର ସହ ସଂସ୍ଥାପକ ମାଇକେଲ ଫାରିଡଙ୍କ ଅନୁସାରେ ସେମାନେ ପ୍ରସ୍ତୁତ ପାରମ୍ପରିକ ବ୍ୟଞ୍ଜନ ଲାବୋରେଟରୀ ନିର୍ଦ୍ଦେଶ ମୁତାବକ ହେଉଛି।

{"id":290903,"sizeSlug":"large"}

ଫରିଡ୍‌ କହିଛନ୍ତି ଯେ ଖାଦ୍ୟ ପାଇଁ ଅର୍ଡର ମିଳିବାମାତ୍ରେ ପ୍ରକ୍ରିୟା ଆରମ୍ଭ ହୋଇଯାଏ। ଆମର ଉପାଦନ ବିତରଣ ବ୍ୟବସ୍ଥା ରେଫ୍ରିଜେରଟରରୁ ସାମଗ୍ରୀ ସଂଗ୍ରହ କରି ସେଗୁଡିକୁ ଠିକ ଭାବେ ବିଭକ୍ତ କରେ। ପରେ ରୋବୋଟିକ୍ ୱକ୍‌ରେ ସେଗୁଟିକ ୪୫୦ ଡିଗ୍ରି ଫାରେନହିଟ୍‌ରେ ରୋଷେଇ ହୋଇ ପୃଥକ ହୋଇଯାଏ। ଯାହାକୁ ସଜେଇ ଗ୍ରାହକଙ୍କୁ ପରିବେଷଣ କରିଦିଆଯାଏ। ରୋବୋଟିକ୍ ରୋଷେଇଶାଳ ସହ ବିଶ୍ୱର ସବୁଠୁ ଜଟିଳ ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ‘ସ୍ପାଇସ୍’ ହେଉଛି ଦୁନିଆର ପ୍ରଥମ ରେଷ୍ଟୁରାଣ୍ଟ ବୋଲି ଏହାର ସଂସ୍ଥାପକ ଫରିଡ୍ କହିଛନ୍ତି।

{"id":290905,"sizeSlug":"large"}

ଏଠାରେ ରବୋଟ୍ ରୋଷେୟାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟର ମାନ ମଧ୍ୟ ପ୍ରଦର୍ଶିତ ହୁଏ। ଖାଦ୍ୟରେ କେତେ ପରିମାଣରେ କ୍ୟାଲୋରୀ ଓ ଅନ୍ୟ ଉପାଦାନ ରହିଛି ତାହା ଲାଟିନ୍‌, ଭୂମଧ୍ୟ ସାଗରୀୟ, ଥାଇ ଓ ହର୍ଥ ଭାଷାରେ ରବୋଟ୍ ଜଣାଇ ଦେଉଛନ୍ତି। ସ୍ୱାସ୍ଥ୍ୟକର ଖାଦ୍ୟ ପରିବେଷଣ ସହ ପରିସ୍କାର ପରିଛନ୍ନତାରେ ମଧ୍ୟ ରେଷ୍ଟୁରାଣ୍ଟ ବିଶ୍ୱରେ ଅଦ୍ୱିତୀୟ ବୋଲି ଫରିଡ କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.