ବାଲେଶ୍ୱରରୁ ୧ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ, ମାଫିଆ ହାଇଦର ସମେତ ୩ ଗିରଫ

Published By : Prameya-News7 Bureau | September 14, 2019 IST

ଶହଦେବଖୁଣ୍ଟା ୧୪।୯: ବାଲେଶ୍ୱର ଶହଦେବ ଖୁଣ୍ଟା ପୋଲିସ ଶନିବାର ବ୍ରାଉନ ସୁଗାର ସହ ମାଫିଆ ହାଇଦରକୁ ଗିରଫ କରିଛି। ଅରଡ ବଜାରରୁ ହାଇଦରକୁ ପୋଲିସ ଗିରଫ କରିଥିବା ବେଳେ ତା ନିକଟରୁ ବ୍ରାଉନସୁଗାର ଜବତ କରିଛି। ଜବତ ସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି କୁହାଯାଇଛି।

ହାଇଦର ୩ ଜଣ ସହଯୋଗୀଙ୍କ ସହ ବ୍ରାଉନସୁଗାର ନେଇ ଯାଉଥିବା ବେଳେ ପୋଲିସ ହାତରେ ଧରାପଡିଛି। ପୋଲିସ ହାଇଦରର ୩ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି। ବାଲେଶ୍ୱରକୁ  ବ୍ରାଉନସୁଗାର ଚୋରାଚାଲାଣ ସମ୍ପର୍କରେ ପୋଲିସକୁ ସୂଚନା ଥିଲା। ତେବେ କାରବାରର ଟେର କିନ୍ତୁ ପୋଲିସକୁ ମିଳୁନଥିଲା। ହେଲେ ଶନିବାର ଜିଲ୍ଲାରେ ଏହି ନିଶା ସାମଗ୍ରୀର ପ୍ରସାର କରୁଥିବା ମାଫିଆ ସହ ବ୍ରାଉନସୁଗାର ଧରିଛି ପୋଲିସ । ରାଜ୍ୟରେ ଏ ପର୍ଯ୍ୟନ୍ତ ଏତେ ପରିମାଣର ବ୍ରାଉନ ସୁଗାର କେଉଁଠାରୁ ଜବତ ହୋଇନଥିଲା। ବାଲେଶ୍ୱରରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ଏ ନେଇ ବିସ୍ତୃତ ଖବରକୁ  ଅପେକ୍ଷା କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.