Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବୋରିସ୍ ଜନ୍‌ସନ୍‌ଙ୍କ‌ ଘୋଷଣା, ମାର୍ଚ୍ଚ ୮ରୁ ଖୋଲା ଯିବ ସମସ୍ତ ସ୍କୁଲ୍‌

22/02/2021 at 1:56 PM

ଇଲଂଣ୍ଡ, ୨୨/୦୨: ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ ବା ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍‌ ଦେଶର ସମସ୍ତ ବିଦ୍ୟାଳୟ ଖୋଲାଯିବା ନେଇ ନିଷ୍ପତ୍ତି ନେଇଛନ୍ତି । କରୋନା ଭାଇରସ୍‌ ପାଇଁ ସ୍କୁଲ୍‌ଗୁଡ଼ିକୁ ଦୀର୍ଘଦିନ ଧରି ବନ୍ଦ ରଖାଯାଇଥିଲା । ତେବେ କରୋନା କଟକଣା ସହିତ ମାର୍ଚ୍ଚ ମାସ ୮ ତାରିଖରୁ ଇଂଲଣ୍ଡର ସମସ୍ତ ସ୍କୁଲ୍‌ ଖୋଲାଯିବ ବୋଲି ସେ କହିଛନ୍ତି ।

ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ ଖୋଲାଯିବା ସହିତ ଜନସାଧାରଣ କେବଳ ଜଣଙ୍କୁ ଜଣେ କଫି ଷ୍ଟଲ୍‌, ଘର ବାହାରେ, ଏବଂ ସ୍କୁଲ୍‌ କାର୍ଯ୍ୟକ୍ରମ ସରିବା ପରେ ସାକ୍ଷାତ କରିପାରିବେ । ଏଥି ସହିତ ବହାରେ ବୁଲିଯିବା ପାଇଁ ଯୋଜନା କରିବା ସହିତ ଲୋକମାନେ ସେମାନଙ୍କର ବାହାର କାମ ଏହି ତାରିଖରୁ କରିପାରିବେ ବୋଲି ଏହି ଘୋଷଣା ସହିତ ଜଡ଼ିତ ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।

ସଂସଦରେ ରଖିଥିବା ଏକ ବିବୃତ୍ତିରେ ଜନ୍‌ସନ୍‌ ସୋମବାର କହିଛନ୍ତି ଯେ, ମାର୍ଚ୍ଚ ୨୯ ତାରିଖକୁ ଲକ୍‌ଡାଉନ୍‌କୁ ଅଧିକ କୋହଳ କରାଯିବ । ବାହାରେ ୬ଜଣରୁ ଅଧିକ ଲୋକ ଏକାଠି ହୋଇପାରିବା ସହିତ ଦୁଇଟି ପରିବାର ଏକାଠି ହୋଇପାରିବେ ଏବଂ କିଛି କ୍ରୀଡ଼ା ଯଥା ଟେନିସ୍‌ ଓ ଫୁଟ୍‌ବଲ୍‌ ଆଦିକୁ ଅନୁମତି ଦିଆଯିବ ।

ତେବେ ସ୍କୁଲ୍‌ ଖୋଲାଯିବା ନିଷ୍ପତ୍ତିକୁ ନେଇ ଅଭିଭାବକମାନେ ସ୍ୱାଗତ କରିଛନ୍ତି । ଜାନୁଆରୀରେ ଲଗାଯାଇଥିବା ତୃତୀୟ ପର୍ଯ୍ୟାୟ ଲକ୍‌ଡାଇନ୍ ପରେ ସେମାନେ ଘରେ ରହି କାମ କରୁଥିଲେ । ତେଣୁ ପିଲାଙ୍କୁ ସ୍କୁଲ୍‌କୁ ପଠାଇ ସେମାନେ ଠିକ୍‌ରେ କାମ କରିପାରିବେ ବୋଲି ପ୍ରକାଶ କରିଛନ୍ତି ।      

   Related Posts