ଆମ୍ବେଦକରଙ୍କ ଲଣ୍ଡନ ବାସଭବନ ହେବ ମ୍ୟୁଜିୟମ,ମିଳିଲା ବୋରିସ୍ ଜନସନ୍ ସରକାରଙ୍କ ଅନୁମତି

Published By : Prameya-News7 Bureau | March 14, 2020 IST

ଲଣ୍ଡନ: ମହାରାଷ୍ଟ୍ର ସରକାରଙ୍କୁ ଉତ୍ତର-ପଶ୍ଚିମ ଲଣ୍ଡନସ୍ଥିତ ଡା.ଭୀମ ରାଓ ଆମ୍ବେଦକରଙ୍କ ବାସଭବନକୁ ମ୍ୟୁଜିୟମ ଭାବେ ବ୍ୟବହାର ଲାଗି ଅନୁମତି ମିଳିଛି। ଏହି ଘରଟିକୁ ୨୦୧୫ ମସିହାରେ ସରକାର କ୍ରୟ କରିବା ପରଠାରୁ ସଂଗ୍ରହାଳୟ ଭାବେ ବ୍ୟବହାର କରିଆସୁଛନ୍ତି । ହେଲେ  ସ୍ଥାନୀୟ କାଉନସିଲର ଏଥିରେ ଆପତ୍ତି ଥିଲା। ତେବେ ଏଥିଲାଗି ବୋରିସ୍ ଜନସନ୍‌ ସରକାର ଅନୁମତି ପ୍ରଦାନ କରିବା ପରେ ଏ ନେଇ ଲାଗି ରହିଥିବା ଅନିଶ୍ଚିତତା ଟଳିଛି ।

{"id":238105,"sizeSlug":"large"}

ଡା. ବି.ଆର.ଆମ୍ବେଦକର ୧୯୨୦ ମସିହାରେ ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସରେ ଅଧ୍ୟାୟନ କରୁଥିଲେ। ସେତେବେଳେ ଉତ୍ତର-ପଶ୍ଚିମ ଲଣ୍ଡନର ଏହି ଘରେ ଅବସ୍ଥାନ କରୁଥିଲେ। ଘରଟି କାମଡେନର ୧୦  କିଙ୍ଗ ହେନରୀ ରୋଡରେ ଥିଲା। ୨୦୧୫ ମସିହା ସେପ୍ଟେମ୍ବର ମାସରେ ମହାରାଷ୍ଟ୍ର ସରକାର ଘରଟିକୁ ୩.୧ ମିଲିୟନ ପାଉଣ୍ଡ ମୂଲ୍ୟରେ କ୍ରୟ କରିଥିବା ବେଳେ ଏହାକୁ ସଂଗ୍ରହାଳୟ ଭାବେ ବ୍ୟବହାର କରୁଛନ୍ତି।

{"id":238106,"width":572,"height":692,"sizeSlug":"large"}

ହେଲେ  ଘରର ସଂଗ୍ରହାଳୟ ବ୍ୟବହାରକୁ ନେଇ ପରେ କାମଡେନ କାଉନସିଲ ଆପତ୍ତି କରିବାରୁ ଗତ ସେପ୍ଚେମ୍ବର ୨୪ ଓ ଅକ୍ଟୋବର ୧୧ ତାରିଖ ଅନୁଧ୍ୟାନ କରାଯାଇଥିଲା। ଏ ନେଇ ସରକାରଙ୍କୁ ମିଳିଥିବା ରିପୋର୍ଟ ଅନୁସାରେ  ସେକ୍ରେଟାରୀ ଅଫ ଷ୍ଟେଟ୍ ହାଉସିଂ ରବର୍ଟ ଜେନରିକ୍ ଲଣ୍ଡନରେ ମ୍ୟୁଜିୟମର  ପ୍ଲାନିଂକୁ ଅନୁମତି ଦେଇଛନ୍ତି। ଆଧୁନିକ ଭାରତର ସଂସ୍ଥାପକମାନଙ୍କ ମଧ୍ୟରେ ଅନ୍ୟତମ ତଥା ବ୍ରିଟିଶ-ଭାରତୀୟଙ୍କ ସମ୍ମାନୀତ ବ୍ୟକ୍ତିତ୍ୱଙ୍କ ସ୍ମୃତିରେ ଏଠାରେ ମ୍ୟୁଜିୟମ ହେଲେ କିଛି ଅସୁବିଧା ହେବ ନାହିଁ ବୋଲି ଯାଞ୍ଚ ରିପୋର୍ଟରେ କୁହାଯାଇଥିଲା।

{"id":238107,"sizeSlug":"large"}

ଭାରତୀୟ ଉଚ୍ଚାୟୁକ୍ତଙ୍କ ଦ୍ୱାରା ପରିଚାଳିତ ହେଉଥିବା ଏହି ସଂଗ୍ରହାଳୟରେ ବାବାସାହେବଙ୍କ ପ୍ରତିମୂର୍ତ୍ତି, ଫଟୋଚିତ୍ର ଓ ତାଙ୍କ ଜୀବନ ଏବଂ ଦର୍ଶନ ସମ୍ବଦ୍ଧିତ ପୁସ୍ତକ ପ୍ରଦର୍ଶିତ କରାଯାଉଛି। ଯାହାକୁ ଭାରତୀୟ ପର୍ଯ୍ୟଟକଙ୍କ ସମେତ ବିଭିନ୍ନ ଦେଶରୁ ଆସୁଥିବା ପର୍ଯ୍ୟଟକ ବି ପରିଦର୍ଶନ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.