ICUରୁ ବାହାରିଲେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ, ଟ୍ରମ୍ପ କହିଲେ ଶୀଘ୍ର ଭଲ ହୁଅ ବୋରିସ୍

Published By : Prameya-News7 Bureau | April 10, 2020 IST

ଲଣ୍ଡନ ୧୦।୦୪: ICUରୁ ବାହାରିଲେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ। ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍‌ରୁ (ICU) ବାହାର କରାଯାଇଛି । କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ମେଡିକାଲରେ ଚିକିତ୍ସ ଚାଲିଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଆସିୟୁରେ ଭର୍ତ୍ତି କରାଯାଇଥିଲା ।

wp:core-embed/twitter {"url":"https://twitter.com/realDonaldTrump/status/1248319601647247361","type":"rich","providerNameSlug":"twitter","className":""}
https://twitter.com/realDonaldTrump/status/1248319601647247361
/wp:core-embed/twitter

ଡାଉନିଙ୍ଗ ଷ୍ଟ୍ରିଟର ମୁଖପାତ୍ର କହିଛନ୍ତି ଯେ, ସ୍ଥିତିର ଉନ୍ନତିକୁ ଦୃଷ୍ଟିରେ ରଖି ବୋରିସ ଜନସନଙ୍କୁ ଆଇସିୟୁରୁ ଅଣାଯାଇଥିଲା ଏବଂ ଚିକିତ୍ସା ପାଇଁ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ୫୫ ବର୍ଷିୟ ବୋରିସ୍ ଜନସନଙ୍କୁ ଗତ ରବିବାର  ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନା ଜୀବାଣୁ ସଂକ୍ରମିତ ହେବା ପରେ ଅବସ୍ଥା ଖରାପ ହେବାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏଥି ସହିତ ପିଏମ ବୋରିସ ଜନସନ ଆଇସିୟୁରୁ ବାହାରକୁ ଆସିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁସି ବ୍ୟକ୍ତ କରିଛନ୍ତି। ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି, ଶୀଘ୍ର ଭଲ ହୁଅ ବୋରିସ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.