Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କରୋନାରୁ ସୁସ୍ଥ ହେଲେ ବୋରିସ୍ ଜନସନ, ସୋମବାରଠୁ ସମ୍ଭାଳିବେ ଅଫିସ୍

26/04/2020 at 3:20 PM

ବ୍ରିଟେନ୍ ୨୬।୦୪: ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କୋଭିଡ୍-୧୯ରୁ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି। ପ୍ରଧାନମନ୍ତ୍ରୀ ଜନସନ ସୋମବାରଠୁ ଡାଉନିଙ୍ଗ ଷ୍ଟ୍ରିଟ୍ ସ୍ଥିତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ନିଜର ଦାୟିତ୍ଵ ସମ୍ଭାଳିବେ। ବ୍ରିଟେନ୍‌ର  ବୈଦେଶିକ ମନ୍ତ୍ରୀ ଡୋମିନିକ୍ ରବ ଏହାର ସୂଚନା ଦେଇଛନ୍ତି। ଜନସନ୍ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରଠୁ ଡୋମିନିକ୍ ରବ ତାଙ୍କର କାର୍ଯ୍ୟଭାର ସମ୍ଭାଳୁଥିଲେ।

ବ୍ରିଟେନର ବୈଦେଶିକ ମନ୍ତ୍ରୀ  କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପୁନର୍ବାର ସମ୍ଭାଳିବାକୁ ଜନସନ୍ ବହୁତ ଉତ୍ସୁକ ଅଛନ୍ତି। ଜନସନଙ୍କ ଅନୁପସ୍ଥିତିରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସମ୍ଭାଳିବା ମୋ ପାଇଁ ବଡ ଚ୍ୟାଲେଞ୍ଜିଂ ଥିଲା ମାତ୍ର ଦଳଗତ ଭାବନା କାରଣରୁ ଏହା ସମ୍ଭବ ହୋଇ ପାରିଛି। ଡୋମିନିକ୍ ରବ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଚଳିବ ବର୍ଷ ବ୍ରିଟେନ୍‌ରେ କରୋନା ଭ୍ୟାକସିନ୍ ଆସିବାର କୌଣସି ସମ୍ଭାବନା ନାହିଁ।

ବୈଦେଶିକ ମନ୍ତ୍ରୀ ଡୋମିନିକ୍ ରବ କହିଛନ୍ତି ସରକାର ଗୁରୁବାର ସୁଦ୍ଧା କୋଭିଡ୍-୧୯ ରୋଗର ମୁକାବିଲା ଲାଗି ଏକ ଲକ୍ଷ ଆଣ୍ଟି ବଡି ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛି। ବ୍ରିଟେନରେ କରୋନା ଭାଇରସ୍‌ ସଂକ୍ରମିତ ସଂଖ୍ୟା ଆହୁରି ବଢିବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି।

କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି ସେ  ଲୋକଙ୍କୁ ହାତ ମିଳାଇବା ଛାଡିବେ ନାହିଁ। ସମାଚାର ଏଜେନ୍ସି ରାୟଟର୍ସକୁ କହିଛନ୍ତି ଯେ, ମଁ କହିବାକୁ ଚାହୁଁଛି ଯେ, ଯେବେ ମୁଁ ଦ୍ଵିତୀୟ ରାତି ହସ୍ପିଟାଲରେ ଥିଲି ସେହି ସମୟରେ କିଛି କରୋନା ରୋଗୀ ଥିଲେ। ମୁଁ ସଭିଙ୍କ ସହ ହାତା ମିଳାଇଥିଲି। ଆପଣଙ୍କୁ ଜାଣି ଖୁସି ହେବ ଯେ, ମୁଁ ହାତ ମିଳାଇବା ଜାରି ରଖିବି।

   Related Posts