ଆସନ୍ତାବର୍ଷ ଜୁଲାଇରେ ବିବାହ କରିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌, ପ୍ରେମିକା କ୍ୟାରୀଙ୍କୁ ଦେବେ ତୃତୀୟ ପତ୍ନୀର ମାନ୍ୟତା

Published By : Prameya-News7 Bureau | May 24, 2021 IST

ଲଣ୍ଡନ ୨୪/୫:  ତୃତୀୟ ବିବାହ କରିବାକୁ ଯାଉଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌। ଦ୍ବିତୀୟ ପତ୍ନୀଙ୍କୁ ୨୦୨୦ରେ ଛାଡ଼ପତ୍ର ଦେବା ପରେ ଜନସନଙ୍କ ତୃତୀୟ ବିବାହକୁ ନେଇ ଚର୍ଚ୍ଚା ଚାଲିଥିଲା। ସସ୍‌ପେନ୍ସ ଉପରୁ ପରଦା ହଟାଇ ଉଭୟ ବୋରିସ ଏବଂ ତାଙ୍କର ଭାବି ପତ୍ନୀ କ୍ୟାରୀ ସାଇମଣ୍ଡସ୍‌ ବିବାହ ତାରିଖ ମଧ୍ୟ ଘୋଷଣା କରିଛନ୍ତି। କରୋନା କାଳରେ ବିବାହ କଲେ ଅଧିକ ଅତିଥି ଆସିପାରିବେ ନାହିଁ ବୋଲି ବିପଦ ଟଲିଲେ ବିବାହ କରିବେ ଜନସନ୍‌। ଏବେ ବ୍ରିଟେନ୍‌ରେ କରୋନା କଟକଣା ଥିବାରୁ ବିବାହରେ କେବଳ ୩୦ ଜଣଙ୍କୁ ଅନୁମତି ରହିଛି। କରୋନା ମହାମାରୀ ଦେଶରୁ ଅପସରି ଯିବା ପରେ ଜନସନ୍‌ ଆଉ ଏକ ନୂଆ ଜୀବନ ଆରମ୍ଭ କରିବେ।

ଯଦିଓ ନିଜ ଭାବି ପତ୍ନୀଙ୍କ ସହ ସେ ରହି ଆସୁଛନ୍ତି ଏବଂ ତାଙ୍କର ବର୍ଷକର ଏକ ଶିଶୁପୁତ୍ର ଅଛି ତଥାପି ବିଧିବଦ୍ଧ ଭାବେ କ୍ୟାରୀଙ୍କୁ ନିଜର ପତ୍ନୀ ରୂପେ ସ୍ବୀକାର କରିବେ ଜନସନ୍‌। ଗତବର୍ଷ ଏପ୍ରିଲରେ କ୍ୟାରୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ବିବାହ ପାଇଁ ବନ୍ଧୁବର୍ଗକୁ ନିମନ୍ତ୍ରଣ ଦିଆସରିଛି। ବାହା ଘର ପାଇଁ ୩୦ ଜୁଲାଇ ୨୦୨୨ ବୋଲି ଧାର୍ଯ୍ୟ ହୋଇଛି। କିନ୍ତୁ ଏହି ଅବିବାହିତ ଦମ୍ପତି ବିବାହ କେଉଁଠି କରିବେ ସେନେଇ ତଥ୍ୟ ଗୋପନ ରଖିଛନ୍ତି।

{"id":456700,"sizeSlug":"large","linkDestination":"none"}

ଏହା ପୂର୍ବରୁ ଫେବୃଆରୀ ୨୦୨୦ରେ ବିବାହ କରିବେ ବୋଲି ଘୋଷଣା କରିଥିଲେ ଜନସନ୍‌ ଏବଂ କ୍ୟାରୀ। ୨୦୧୯ରେ ପ୍ରଧାନମନ୍ତ୍ରୀ ହେବା ପରେ ଜନସନ ଏବଂ କ୍ୟାରୀ ସାଇମଣ୍ଡସ୍‌ ଡାଉନିଂ ଷ୍ଟ୍ରିଟ୍‌ ସ୍ଥିତ ବାସଭବନରେ ଏକାଠି ରହୁଛନ୍ତି। ଗତବର୍ଷ ସେମାନଙ୍କର ଏକ ଶିଶୁପୁତ୍ର ହୋଇଥିଲା। ସେମାନେ ପୁଅର ନାଁ ରଖିଛନ୍ତି ଓ୍ବିଲ୍‌ଫ୍ରେଡ୍‌ ଲରି ନିକୋଲାସ ଜନସନ୍‌ ।

{"id":456701,"sizeSlug":"large","linkDestination":"none"}

ଏହା ପୂର୍ବରୁ ଜନସନଙ୍କ ବିବାହ ମରୀନା ହ୍ବିଲରଙ୍କ ସହ ହୋଇଥିଲା। ତାଙ୍କର ୪ଟି ପିଲା ଅଛନ୍ତି। ବିବାହର ୨୫ ବର୍ଷ ପରେ ସେପ୍ଟେମ୍ବର ୨୦୧୮ରେ ଦ୍ବିତୀୟ ପତ୍ନୀଙ୍କଠୁ ଅଲଗା ହୋଇଥିବା ନେଇ ଘୋଷଣା କରିଥିଲେ ବୋରିସ୍‌ । କିନ୍ତୁ ବିଧିବଦ୍ଧ ଭାଭେ ୨୦୨୦ରେ ଛାଡ଼ପତ୍ର ହୋଇଥିଲା।  ହ୍ବିଲରଙ୍କ ପୂର୍ବରୁ ଜନସନ୍‌ ଏଲେଗ୍ରା ମୋଷ୍ଟିନ୍‌ ଓୟେନଙ୍କୁ ବିବାହ କରିଥିଲେ। ତେବେ ୩୩ ବର୍ଷୀୟା ପ୍ରେମିକା ସାଇମଣ୍ଡସ୍‌ଙ୍କୁ ତୃତୀୟ ପତ୍ନୀର ମାନ୍ୟତା ଦେବେ ୫୫ ବର୍ଷୀୟ ଜନସନ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.