Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

କନିଷ୍ଠ ଯନ୍ତ୍ରୀ ନିଖୋଜ ; କ୍ଷେତ୍ର ପରିଦର୍ଶନରେ ଯାଇଥିଲେ, ୨୪ଘଣ୍ଟା ପରେ ବି ଫେରିନାହାନ୍ତି

7/01/2020 at 11:56 AM

ଜୟପୁର ୭।୧: ଜୟପୁର ବୋରିଗୁମ୍ମା ଆରଡବ୍ଲୁଏସଏସର ଜେଇ ଏମ୍.ଭେଙ୍କେଟେଶ୍ବର ରାଓ ନିଖୋଜ । ଗତକାଲି ଅପରାହ୍ନଠାରୁ ନିଖୋଜ ହୋଇଥିବା ବୋରିଗୁମ୍ମା ଥାନାରେ ଅଭିଯୋଗ ହୋଇଛି । ଫିଲ୍ଡ କାମ ତଦାରଖ କରିବାକୁ ନିଜ ସହକର୍ମୀଙ୍କ ସହ ଯାଇଥିଲେ, ହେଲେ ଆଉ ଫେରିନଥିବା ପରିବାର ଲୋକେ କହିଛନ୍ତି । ଏ ନେଇ ଆରଡବ୍ଲୁଏସଏସ ଏସଡିଓ ମଧ୍ୟ ବିସିଂହପୁର ଥାନାରେ ଏତଲା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ବୋରିଗୁମ୍ମା ବ୍ଲକ୍ ଆରଡବ୍ଲୁଏସଏସ ବିଭାଗର ଏକ ଗାଡିରେ କିଛି ପ୍ରକଳ୍ପ ଦେଖିବା ପାଇଁ ଏସଡିଓ, ଦୁଇଜଣ ଜେଇ ଏବଂ ଦୁଇଜଣ କଣ୍ଟ୍ରାକ୍ଟର ମିଶି ହରଡାଗୁଡାକୁ ଯାଇଥିଲେ । ହେଲେ ସେଠାରୁ କନିଷ୍ଠ ଯନ୍ତ୍ରୀ ରାଓ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା ।

ଘଟଣାର ୨୪ ଘଣ୍ଟା ପରେ ବି ଏମ୍.ଭେଙ୍କେଟେଶ୍ବର ରାଓଙ୍କ କୌଣସି ଖୋଜ ଖବର ମିଳୁନଥିବା ସହ ତାଙ୍କ ଫୋନ୍ ମଧ୍ୟ ଲାଗୁନାହିଁ । ତାଙ୍କ ସ୍ତ୍ରୀ ବୋରିଗୁମ୍ମା ଏସଡିପିଓଙ୍କୁ ଭେଟିଛନ୍ତି ।

   Related Posts