Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଜଙ୍ଗଲରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ, ଗତକାଲିଠୁ ଅଫିସ୍ କାମରେ ଯାଇ ହୋଇଥିଲେ ନିଖୋଜ

7/01/2020 at 2:56 PM

ଜୟପୁର ୭।୧: ମିଳିଲା ଜେଇ ଏମ୍.ଭେଙ୍କେଟେଶ୍ବର ରାଓଙ୍କ ମୃତଦେହ । ମୂଷାମାଟି ଜଙ୍ଗଲରୁ ମିଳିଲା ମୃତଦେହ । ଗତକାଲି ଅପରାହ୍ନଠାରୁ ନିଖୋଜ ଥିଲେ ବୋରିଗୁମ୍ମା ଆରଡବ୍ଲୁଏସଏସର ଜେଇ ଏମ୍.ଭେଙ୍କେଟେଶ୍ବର ରାଓ । ତାଙ୍କ ନିଖୋଜ ନେଇ ବୋରିଗୁମ୍ମା ଥାନାରେ ଅଭିଯୋଗ ହୋଇଥିଲା । ଫିଲ୍ଡ କାମ ତଦାରଖ କରିବାକୁ ନିଜ ସହକର୍ମୀଙ୍କ ସହ ଯାଇ ଆଉ ଫେରିନଥିଲେ । ଏ ନେଇ ଆରଡବ୍ଲୁଏସଏସ ଏସଡିଓ ବିସିଂହପୁର ଥାନାରେ ଏତଲା ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଗତକାଲି ବୋରିଗୁମ୍ମା ବ୍ଲକ୍ ଆରଡବ୍ଲୁଏସଏସ ବିଭାଗର ଏକ ଗାଡିରେ କିଛି ପ୍ରକଳ୍ପ ଦେଖିବା ପାଇଁ ଏସଡିଓ, ଦୁଇଜଣ ଜେଇ ଏବଂ ଦୁଇଜଣ କଣ୍ଟ୍ରାକ୍ଟର ମିଶି ହରଡାଗୁଡାକୁ ଯାଇଥିଲେ । ହେଲେ ସେଠାରୁ କନିଷ୍ଠ ଯନ୍ତ୍ରୀ ରାଓ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ଏମିତି କି ତାଙ୍କ ଫୋନ୍ ମଧ୍ୟ ଲାଗୁନଥିଲା ।

   Related Posts