Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସୀମା ବିବାଦ ଭିତରେ ଛନ୍ଦି ହୋଇଛି ଓଡିଶା, ହେଲେ ଗୃହମନ୍ତ୍ରାଳୟ ପାଖରେ ନାହିଁ ତଥ୍ୟ, ବିରୋଧୀ ମୁହାଁ ମୁହିଁ

29/07/2021 at 10:36 PM

ଭୁବନେଶ୍ୱର, ୨୯/୦୭: ସୀମା ବିବାଦ ଭିତରେ ଛନ୍ଦି ହୋଇଛି ଓଡିଶା । ରାଜ୍ୟର ସୀମାରେ ଥିବା ୧୦ ଜିଲ୍ଲାରେ ସୀମାନ୍ତ ଗାଁକୁ ମାଡି ବସି ନିଜର ବୋଲି ଦାବି କରିଛନ୍ତି ପଡୋଶୀ ରାଜ୍ୟ ।୪ ରାଜ୍ୟର ଆଖି ରହିଛି ଓଡିଶାର ସୀମାବର୍ତ୍ତୀ ଗାଁ ଉପରେ । ଏମିତିକି ବର୍ଷ ବର୍ଷ ଧରି ମାମଲା ସୁପ୍ରିମକୋର୍ଟରେ ଚାଲିଛି । ହେଲେ କେନ୍ଦ୍ର ସରକାରଙ୍କ ଅନ୍ତରାଜ୍ୟ ସୀମା ବିବାଦ ତାଲିକାରେ ଓଡିଶାର ନାଁ ନାହିଁ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଲୋକସଭାରେ ଦେଇଥିବା ଉତ୍ତରରେ ଏପରି ତଥ୍ୟ ଆସିଛି । ଏହାକୁ ରାଜ୍ୟରେ ଜୋର ଧରିଛି ରାଜନୀତି ।

ଆନ୍ଧ୍ର-ଓଡିଶା ଭିତରେ କୋଟିଆ ବିବାଦ । ଗଞ୍ଜାମର ୨୧ଟି, ଗଜପତିର ୧୬ଟି ଓ ରାୟଗଡାର ୫ଟି ଗାଁକୁ ନେଇ ମଧ୍ୟ ଆନ୍ଧ୍ର ସହ ବିବାଦ । ବାଲେଶ୍ବର ୫ ଓ ମୟୁରଭଞ୍ଜର ୮ ଗାଁ ଉପରେ ପଶ୍ଚିମବଙ୍ଗର ଆଖି । ମୟୁରଭଞ୍ଜର ୨ଟି, କେନ୍ଦୁଝରର ୫ଟି ଓ ସୁନ୍ଦରଗଡର ୬ ଗାଁକୁ ନେଇ ଓଡିଶା-ଛତିଶଗଡ ଭିତରେ  ବିବାଦ । ନବରଙ୍ଗପୁରର ୪ଟି, ଝାରସୁଗୁଡାର ଗୋଟିଏ ଗାଁକୁ ନେଇ ଛତିଶଗଡ- ଓଡିଶା ଭିତରେ ସୀମା ସମସ୍ୟା । ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡ ସୀମାକୁ ଲାଗିଥିବା ୧୦ ଜିଲ୍ଲାର ୯୬ଟି ଗାଁକୁ ନେଇ ବିବାଦରେ ଛନ୍ଦି ହୋଇ ରହିଛି ଓଡିଶା । ହେଲେ ଦେଶର ଆନ୍ତରାଜ୍ୟ ସୀମା ବିବାଦ ଥିବା ରାଜ୍ୟ ମାନଙ୍କ ତାଲିକାରେ ଓଡିଶାର ନାଁ ନାହିଁ । ଦେଶର ୭ ରାଜ୍ୟ ଭିତରେ ଥିବା ସୀମା ବିବାଦକୁ ନେଇ ଲୋକସଭାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଦେଇଥିବା ଉତ୍ତରରେ ଏପରି ତଥ୍ୟ ସାମ୍ନାକୁ ଆସିଛି । ତେବେ ଓଡିଶାର ସୀମା ବିବାଦ ନେଇ ଗୃହମନ୍ତ୍ରାଳୟ କୌଣସି ଉତ୍ତର ରଖିନଥିବାରୁ ମୁହାଁ ମୁହିଁ ହୋଇଛନ୍ତି ରାଜ୍ୟର ଶାସକ ଓ ବିରୋଧୀ । କେନ୍ଦ୍ରରେ ସୀମା ବିବାଦ ସମସ୍ୟା ଉଠାଇବାରେ ଓଡିଶା ସରକାର ବିଫଳ ହୋଇଥିବା କହିଛି ବିଜେପି ।

ସୀମାବର୍ତ୍ତୀ ଗାଁରେ ସୁବିଧା ପହଞ୍ଚାଇବାକୁ ନୂଆ ଯୋଜନା କରୁଛନ୍ତି ରାଜ୍ୟ ସରକାର । ସୀମା ବିବାଦକୁ ନେଇ ରାଜ୍ୟ ସରକାର ବାରମ୍ବାର ପ୍ରତିବାଦ କରି ଆସୁଛନ୍ତି । କୋଟିଆ ବିବାଦ ନେଇ ସୁପ୍ରିମକୋର୍ଟରେ ଆଇନଗତ ଲଢେଇ ଲଢୁଛି ଓଡିଶା । ସମସ୍ୟା ସମାଧାନ ଲାଗି କେନ୍ଦ୍ର ନିକଟରେ ଦାବି କରି ଆସୁଛି ଓଡିଶା । କିନ୍ତୁ ରାଜ୍ୟର ଏଡେ ବଡ ସମସ୍ୟା ସଂପର୍କରେ କେନ୍ଦ୍ର ସରକାରଙ୍କ ପାଖରେ ତଥ୍ୟ ନଥିବାରୁ ସମାଲୋଚନା କରିଛି ବିଜେଡି । କେନ୍ଦ୍ର ସରକାର ଓଡିଶାକୁ ଅବହେଳା କରୁଛନ୍ତି, ତେବେ ସୀମା ସୁରକ୍ଷିତ ରଖିବାକୁ ରାଜ୍ୟ ସରକାର ଲଢେଇ ଜାରି ରଖିବେ ବୋଲି ବିଜେଡି କହିଛି ।

   Related Posts