Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ସୀମା ଲଙ୍ଘୁଛି ପଡୋଶୀ ସୀମା ବିବାଦ: ସମାଧାନ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହକମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ

19/01/2021 at 6:45 PM

ଭୁବନେଶ୍ୱର ୧୯/୦୧ : ସୀମା ଲଙ୍ଘୁଛନ୍ତି ପଡୋଶୀ  ସୀମା ବିବାଦ ସମସ୍ୟା ସମାଧାନ ବାଟ ଖୋଜିବାକୁ  ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାର ଗୃହକମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ସୀମାବର୍ତ୍ତୀ ଜିଲାର ଜିଲାପାଳ ସହ ସମସ୍ତ ବିଭାଗର ସଚିବଙ୍କୁ ରିପୋର୍ଟ ମାଗିଛି ଗୃହ କମିଟି।  ପଡୋଶୀ ରାଜ୍ୟମାନଙ୍କ ଉପରେ ସୀମାନ୍ତ ଲୋକେ କାହିଁକି ଭରସା କରୁଛନ୍ତି ତାର ରିପୋର୍ଟ ପ୍ରସ୍ତୁତ କରିବା ସହ ବିକାଶ ଲୋକଙ୍କ ପାଖରେ ପହଁଚାଇବାକୁ ବୈଠକରେ ଆଲୋଚନା ହୋଇଛି । ଓଡିଶା ସହ ସୀମା ବିବାଦ ନେଇ ନ୍ୟୁଜ ସେଭେନରେ ବାରମ୍ବାର ଖବର ପ୍ରସାର କରିଥିଲା ଯାହାକୁ ନେଇ ପ୍ରକାଶ ପାଇଥିଲା ପ୍ରାଶାସନିକ ତତ୍ପରତା ।

ଦକ୍ଷିଣରେ ଆନ୍ଧ୍ର, ଉତ୍ତରରେ ଛତିଶଗଡ଼, ଉତ୍ତରରେ ବଙ୍ଗ, ଉତ୍ତର ପୂର୍ବରେ ଝାଡଖଣ୍ଡ।  ସୀମାବର୍ତ୍ତୀ ଗାଁ ଉପରେ କବଜା କରି ପ୍ରଭୁତ୍ବ ଜାରି କରୁଛନ୍ତି ପଡ଼ୋଶୀ। ସୀମାବର୍ତ୍ତୀ ଗାଁ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ କରୁଛନ୍ତି ଚେଷ୍ଟା । ଏପଟେ ସୀମାରେ ପହଁଚି ପାରୁନି ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ।   ସୀମାବର୍ତ୍ତୀ ଇଲାକାରେ ପଡ଼ୋଶୀଙ୍କ ଦାଦାଗିରି ନେଇ ନ୍ୟୁଜ ସେଭେନ ବାରମ୍ବାର ଖବର ପ୍ରସାରଣ କରିପାରେ ପ୍ରକାଶ ପାଇଥିଲା ପ୍ରାଶାସନିକ ତତ୍ପରତା। ଆଉ ଏବେ ଗୃହ କମିଟିରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି। ଉପୁଜିଥିବା ବିବାଦର ସମାଧାନ ଲାଗି ବସିଥିଲା ବିଧାନସଭା ଗୃହ କମିଟିର ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସୀମାବର୍ତ୍ତି ଇଲାକାର ସମସ୍ୟାର କାରଣ ଖୋଜିଛି ଗୃହ କମିଟି। ସୀମା ବିବାଦ ରହିଥିବା ଗୃହ କମିଟି ଆଗରେ ରାଜସ୍ବ ମନ୍ତ୍ରୀ ସ୍ବୀକାର କରିଛନ୍ତି। ଏଥିସହିତ  କମିଟି ସୀମା ବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଏବଂ ସବୁ ବିଭାଗର ସଚିବଙ୍କଠାରୁ ରିପୋର୍ଟ ମାଗିଛି ।

ବିରୋଧୀ ଦଳ ଉପନେତାଙ୍କ କହିବା ଅନୁସାରେ ବୈଠକରେ ଯାହା ନିଷ୍ପତ୍ତି ହେଉଛି ତାହା କାର୍ଯ୍ୟକାରୀ ହେଉନି । ପଡ଼ୋଶୀ ରାଜ୍ୟ ସ୍ଥାନୀୟ ଲୋକଙ୍କୁ ଅଧିକ ସୁବିଧା ସୁଯୋଗ ଦେଉଛନ୍ତି। ସୀମାବର୍ତ୍ତୀ ଅଞ୍ଚଳକୁ ଜିଲ୍ଲାପାଳ,ଏସପି ଯାଇ ତଦାରଖ କରିବା କଥା କିନ୍ତୁ କରୁନାହାନ୍ତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ କହିବା ଅନୁସାରେ ଏହି ବିବାଦ ଦୀର୍ଘ ଦିନର। ପଡୋଶୀ ରାଜ୍ୟ ସ୍ଥାନୀୟ ଲୋକଙ୍କୁ ବ୍ୟାଙ୍କ ଲୋନ , ଭତ୍ତା ଠାରୁ ଆରମ୍ଭ କରି ସବୁ ପ୍ରକାର ସୁବିଧା ସୁଯୋଗ ଦେଉଛନ୍ତି। ତେଣୁ ଲୋକମାନେ ପଡୋଶୀ ରାଜ୍ୟ ମୁହାଁ ହେଉଛନ୍ତି।ଏବେ କୋଟିଆ ଠାରୁ ଆରମ୍ଭ କରି ସୀମାନ୍ତ ଜିଲ୍ଲାରେ ଥିବା ସ୍କୁଲ ଗୁଡିକ ଅପଗ୍ରେଡ କରିବା ସହ ସେଠାରେ ଥାନା ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି ।

ବିକାଶ ହିଁ ମୂଳମନ୍ତ୍ର । ପଡ଼ୋଶୀ ରାଜ୍ୟ ତୁଳନାରେ ସୀମାବର୍ତ୍ତୀ ଗାଁ ଲୋକଙ୍କୁ ଅଧିକ ସୁବିଧା ସୁଯୋଗ ଦେବାକୁ ମତ ପାଇଛି।

   Related Posts