Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ଗଞ୍ଜାମ ସ୍ଥିତି ଅଣାୟତ୍ତ : ଆଜି ଠାରୁ ବ୍ରହ୍ମପୁର ସୀମା ସିଲ୍ , ବାହାରୁ ସହର ଭିତରୁ ପ୍ରବେଶ ଉପରେ କଟକଣା

14/07/2020 at 7:24 AM

ବ୍ରହ୍ମପୁର ୧୪।୦୭: ଆଜି ଠାରୁ ବ୍ରହ୍ମପୁର ସୀମା ସିଲ୍ ।  ସହରକୁ କେହି ପ୍ରବେଶ କରିପାରିବେ ନାହିଁ କି ସହର ବାହାରକୁ କେହି ଯାଇ ପାରିବେ ନାହିଁ ।  ଏନେଇ ବ୍ରହ୍ମପୁର ମହାନଗର ନିଗମର କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସକାଳ ୫ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ।  ତେବେ ସହର ଭିତରେ ଯାନ ବାହାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । 

ସାମାଜିକ ଦୂରତା ରକ୍ଷା ନକଲେ ଏବଂ ମାସ୍କ୍ ନପିନ୍ଧିଲେ ପୋଲିସ୍ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।   ରାସ୍ତା କଡରେ ମାଛ,  ମାଂସ ବିକୁଥିବା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।   ଅମାନିଆଙ୍କୁ   ସାବାଡ କରିବାକୁ ସହରରେ ୧୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା   ଏସପି ସୂଚନା ଦେଇଛନ୍ତି ।  ୨ ଲକ୍ଷରୁ ଉର୍ଦ୍ଧ ଲୋକଙ୍କ ହେଲଥ ସ୍କ୍ରିନିଂ କରାଯାଇଥିବା ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର୍ ସୂଚନା ଦେଇଛନ୍ତି । ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ୫୦ ଜଣ ପୁରୁଷ କର୍ମଚାରୀ କୋରନା ଆକ୍ରାନ୍ତ ହୋଇଥିବା ଏସ୍ ପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

   Related Posts