Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା

20/10/2020 at 4:41 PM

ନୂଆଦିଲ୍ଲୀ ୨୦/୧୦ : ଭଲ ଚାକିରୀ ଟିଏ ସମସ୍ତଙ୍କର ସ୍ବପ୍ନ। ଭଲ ଦରମା ସହ ଭଲ ଚାକିରୀ ଟିଏ କରିବା ସମସ୍ତଙ୍କର ଇଛା ଥାଏ। ତେବେ ଚାକିରୀ ସହ ଟିକିଏ ମଉଜ ମସ୍ତି ଓ ଆରମ୍ଭ କରିବାକୁ ମଧ୍ୟ ସମସ୍ତଙ୍କର ଇଚ୍ଛା। ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହିଭଳି ଚାକିରୀ ମିଳିବା ସମ୍ଭବ କି ? କଳ୍ପନା କରନ୍ତୁ, ଆପଣଙ୍କୁ ଏମିତି ଏକ ଚାକିରୀ ମିଳିବ ଯେଉଁଠି ବିସ୍କୁଟ୍ ଚାଖିବାକୁ ଆପଣଙ୍କୁ ବର୍ଷକୁ ୪୦ ହଜାର ପାଉଣ୍ଡ (ପାଖାପାଖି ୪୦ ଲକ୍ଷ ଟଙ୍କା) ଦିଆଯିବ, ତାହେଲେ ଆପଣ କଣ କରିବେ ? ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ସ୍କଟଲ୍ୟାଣ୍ଡର ଏକ ବିସ୍କୁଟ୍ ନିର୍ମାତା କମ୍ପାନୀ ‘ବର୍ଡ଼ର ବିସ୍କୁଟ୍’ (Border Biscuits) ଏହିଭଳି ଏକ ଚାକିରୀ ଅଫର୍ କରୁଛି।

କମ୍ପାନୀ ଏହି ଚାକିରୀ ପାଇଁ ଆବେଦନ ମାଗିଛି। ‘ବର୍ଡ଼ର ବିସ୍କୁଟ୍’ କମ୍ପାନୀକୁ ନିଜ ପାଇଁ ‘ମାଷ୍ଟର ବିସ୍କୁଟର୍’ ର ତଲାଶ୍ ରହିଛି। ଇଂଡିପେଣ୍ଡେଣ୍ଟ ୱେବସାଇଟ୍ ଖବର ଅନୁଯାୟୀ, ବିସ୍କୁଟ ଚାଖିବା ବଦଳରେ କମ୍ପାନୀ ପାଖାପାଖି ୪୦ ଲକ୍ଷ ଟଙ୍କାର ବାର୍ଷିକ ପ୍ୟାକେଜ ଦେବ। ଏହି ଚାକିରୀ ଫୁଲ୍ ଟାଇମ୍ ରହିବ ଏବଂ ବର୍ଷକୁ ୩୫ ଦିନ ଛୁଟି ମିଳିବ। ଏହାସହ ଫ୍ରିରେ ବିସ୍କୁଟ୍ ବି ଖାଇବାକୁ ମିଳିବ।

ଇଛୁକ ପ୍ରାର୍ଥୀଙ୍କର ସ୍ୱାଦ ଓ ବିସ୍କୁଟ ପ୍ରଡକ୍ସନର ଗଭୀର ଦକ୍ଷତା ସହ ଲିଡରସିପ ଓ ଯୋଗାଯୋଗ ଦକ୍ଷତା ମଧ୍ୟ ଥିବା ଦରକାର। ଗ୍ରାହକଙ୍କ ସହ ଭଲ ସମ୍ବନ୍ଧ ସ୍ଥାପନା କରିବା ଉପାୟ ଥିବା ପ୍ରାର୍ଥୀଙ୍କୁ ଚାକିରୀ ପାଇଁ ସୁଯୋଗ ଦିଆଯିବ।

‘ବର୍ଡ଼ର ବିସ୍କୁଟ’ର ଏମଡି ପାଲ ପାର୍କିସ୍ କହିଛନ୍ତି ଯେ କମ୍ପାନୀ ସାରା ଦେଶର ଲୋକଙ୍କୁ ଆବେଦନ କରିବାକୁ ପ୍ରୋତ୍ସାହିତ କରୁଛି। ଭଲ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ। କମ୍ପାନୀର ବ୍ରାଣ୍ଡ ମୁଖ୍ୟ ସୁଜି କାରଲାଁ କହିଛନ୍ତି ଯେ, କମ୍ପାନୀ ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ସ୍ୱାଦ ଓ ସ୍ୱାସ୍ଥ୍ୟ ପକ୍ଷେ ହିତକର ବିସ୍କୁଟ ପରସିବାକୁ ପ୍ରତିବଦ୍ଧ। ଏହି ପ୍ରତିବଦ୍ଧତା ପାଇଁ କମ୍ପାନୀକୁ ‘ମାଷ୍ଟର ବିସ୍କୁଟର’ ଆବଶ୍ୟକ।

   Related Posts