Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

କାର୍ଗିଲରେ ଲୋକଙ୍କୁ ଆଶ୍ୱସ୍ତି, ଅନୁଚ୍ଛେଦ ୩୭୦ ହଟିବାର ୧୪୫ ଦିନ ପରେ ମିଳିଲା ଇଣ୍ଟରନେଟ୍ ସେବା

27/12/2019 at 7:01 PM

କାର୍ଗିଲ ୨୭।୧୨:   କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବାର ୧୪୫ ଦିନ ପରେ ଶୁକ୍ରବାର କାର୍ଗିଲରେ ଲୋକେ ଇଣ୍ଟରନେଟ୍ ସେବା ପାଇଛନ୍ତି। 4G ସ୍ପିଡର ଇଣ୍ଟରନେଟ୍ ସେବା ମିଳିବା ପରେ କାର୍ଗିଲବାସୀ ଆଶ୍ୱସ୍ତ ଅନୁଭବ କରିଛନ୍ତି। ବିଶେଷ କରି ଲଦ୍ଦାଖରେ ଏବେ ପର୍ଯ୍ୟଟନ ଋତୁ ଏଣୁ ଲୋକେ କାର୍ଗିଲ ଆସିବା ଲାଗି ଉତ୍ସାହୀ ଥିବା ବେଳେ ଟୁର ଅପରେଟର ଇଣ୍ଟରନେଟ୍ ସେବା ନଥିବାରୁ ଗୁରୁତର ପ୍ରଭାବିତ ହୋଇଥିଲେ।

ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଓ ଲଦ୍ଦାଖକୁ ପୃଥକ ରାଜ୍ୟ ଘୋଷଣାର ଅନେକ ଦିନ ପର୍ଯ୍ୟନ୍ତ କାର୍ଗିଲରେ ଇଣ୍ଟରନେଟ୍ ଓ ମୋବାଇଲ ସେବା ବ୍ୟହତ ଥିଲା। ସ୍ଥିତି ସୁଧୁରିବା ପରେ ଜନଜୀବନ ସ୍ୱଭାବିକ୍ ହୋଇଛି। ଏଣୁ ସେଠାରେ ମୋବାଇଲ ଓ ଇଣ୍ଟରନେଟ୍ ବ୍ରଡବ୍ୟାଣ୍ଡ ସେବା ପୁଣି ଚାଲୁ କରିଦିଆଯାଇଛି। ତେବେ ଅଧିକାରୀମାନେ ଏ ନେଇ ଲୋକଙ୍କୁ ପୂର୍ବରୁ ଆଶ୍ୱାସନା ବି ଦେଇଥିଲେ। ଯେପରି ଜମ୍ମୁ-କାଶ୍ମୀର ଓ ଲଦ୍ଦାଖର ପରିସ୍ଥିତି ସ୍ୱଭାବିକ ହେବା ସେମିତି ମୋବାଇଲ ଓ ଇଣ୍ଟରନେଟ୍ ସେବା ବି ସ୍ୱଭାବିକ ହୋଇଯିବ ବୋଲି କହିଥିଲେ।

ତେବେ କାଶ୍ମୀରରେ ଉଭୟ ମୋବାଇଲ ଓ ଇଣ୍ଟରନେଟ୍ ଏବେବି ବନ୍ଦ ରହିଛି। ତେବେ ଜମ୍ମୁରେ ସ୍ଥିତି ସ୍ୱଭାବିକ୍ ହେବା ପରେ ସେଠାରେ ଏବେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ କାମ କରୁଛି। ହେଲେ ମୋବାଇଲ ଇଣ୍ଟରନେଟ୍ ଏବେବି ବନ୍ଦ ରହିଛି। ତେବେ କାର୍ଗିଲରେ ସେବା ଆରମ୍ଭ ହୋଇଯିବା ପରେ କାଶ୍ମୀରରେ ଲୋକେ ଏବେ ଇଣ୍ଟରନେଟ୍ ଲାଗି ବେଶ୍ ଉତ୍ସାହିତ ଥିବା ଜଣାପଡିଛି।

   Related Posts